STORYMIRROR

subrat kumar jena

Others

3  

subrat kumar jena

Others

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
385


ପହିଲି ଆଷାଢେ,

ବର୍ଷା ପଡୁଥିଲା ଟୁପ୍ ଟାପ

ରିମ୍ଝିମ୍ ମନମତାଣିଆ ତାଳରେ

ପାଦରେ ପାଦ ମିଶାଇ ତୁମେ ଚାଲୁଥିଲ

ମୋସହ ଏଇ ନିଛାଟିଆ ରାଜରାସ୍ତାରେ....

ସକାଳର ପାହାନ୍ତି ପ୍ରହରେ ନ ଥିଲା ଏ ବର୍ଷାଟା

ଯେମିତି ଆମେ ବାହାରି ପଡିଲୁ ବୁଲିବାକୁ

ବାଦ ଲଗାଇଲା ଏ ଅମାନିଆଁ ବର୍ଷା

ସେତ ଭଲଭାବରେ ଜାଣିଥିଲା,

ନା ଆମ ପାଖରେ ଅଛି ରେନକୋଟ୍ ନା ଛତା.

ବର୍ଷିଗଲା ମନଭରି

ଓଦା କରିଦେଲା ସାରା ଦେହଟାକୁ

ଭାରି ମଜାଲାଗେ ତାକୁ ସଭିଁଙ୍କୁ ଭିଜାଇବାକୁ

ଗୋଟେ ଛତାତଳେ ଠିଆ ହୋଇ

ଅଧା ଓଦା ଅଧା ଶୁଖିଲା ଲୋକଙ୍କୁ ଦେଖିବାକୁ

ଆଉ ପାଣିରେ ପଚର ପାଚର ହେଉଥିବା ପିଲାଙ୍କ ମଜାକୁ...

ଏ ଭିଯା ଦେହ ନେଇ ଆମେ ଜିବାବା କୁଆଡେ

ନା ରେଷ୍ଟୃରାଣ୍ଟ ଟିଏଅଛି ନା କଫି କେଫ ଟିଏ

ଓଃ କି ସର୍ଦି....

ମନ ଦେହ ଦୋହଲିଯାଉଛି ବର୍ଷା ମାଡରେ

ହେଲେ ତାକୁ କଣ ମାଲୁମ୍ ଅଛି

ବର୍ଷାରେ ଭିଜି ଭିଜି ଗୀତ ଗାଇବାକୁ

ହାତରେ ହାତ ମିଳାଇ ଚାଲିବାକୁ

ଆମକୁ କେତେଯେ ମଜା ଲାଗେ

ନ ହେଲେ ସେ ବି ବାଦ ଲଗାନ୍ତା

ମୋ ପ୍ରିୟାସହ ସାଥି ହେବାଲାଗି....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍