ଅଦିନ ବସନ୍ତ
ଅଦିନ ବସନ୍ତ
ଫେରିବନି କେବେ ଅଦିନ ବସନ୍ତ
ଯୌବନ ଲାଳସା ମନେ
ଅଫେରା ଅତୀତ ତିନ୍ତାଏ ହୃଦୟ
ମରୀଚିକା ଗାଏ କାନେ ll
କାକ କୋକିଳ ହଳଦୀ ବସନ୍ତ
ଗାଇବା ହେଲାଣି ଦୂର
ଯେବେଠୁ ସଜନୀ ମୋ ଠୁ
ହୋଇଗଲ ସାତପର ll
ନିଜର ଭାବିକି ସିନ୍ଦୁର ଦେଲି ମୁଁ
କଲ ମତେ ହୀନିମାନ
ଲୋକ ଲଜ୍ୟା ନିନ୍ଦା ଅପବାଦେ
ବଧିର ହେଲାଣି କାନ ll
କା ଆଗେ ଗାଇବି ନିରବ ବେଦନା
କିଏ ବା ବୁଝିବ ମୋତେ
ମୁଁ ନିତି ଖୋଜେ ମୋ କବିତାରେ
ନିଜ ଛବି ଖାଲି ନିଜେ ll
ବୟସ ପ୍ରେମର ଖସିଗଲା କେବେ
ଜଣାତ ପଡିଲା ନାହିଁ
ବସନ୍ତ କେବେହେଁ ଆଉ ଆସି
ପାରିଲାନି ମତେ ଛୁଇଁ ll
ଲେଖିଛି କବିତା ତୋଳିଛି ଯେତେ ଗଳ୍ପ
ସବୁଠି ତୁମେ ନାୟିକା
ମୁଁ ବିରହୀ ପ୍ରେମିକ ଲେଖେ ଯାହା
କାହାଣୀ ର ନାମ ଧୋକା ll
ଆଉ କେବେ ଯଦି ଦେଖା ହୁଏ
ଏକୁଟିଆ ତମ ସାଥେ
ହେବିନି କଥା ଟେକି ମୁଁ ମଥା
ଚାଲି ଯିବି ମୋ ପଥେ ll
ବିଦାୟ ସଜନୀ ପାହୁଏ ରଜନୀ
କଟିଯାଉ ବିରହରେ
ଆଉ ଯେତେ ଦିନ ତାମବିନା ମୋର
କାଟିବ ନୀରବ ସୁଖରେ ll
ତପନ କୁମାର ସାହୁ... ରିଞ୍ଜା
କଳାହାଣ୍ଡି..... ମୋ.. 7328001575
