STORYMIRROR

Bunee Tripathy

Others

3  

Bunee Tripathy

Others

ଅଦିନ ବରଷା

ଅଦିନ ବରଷା

1 min
28

ଭିଜିବାକୁ ଇଛାହୁଏ

ଅସରା ବରଷାରେ

ଲୁଚାଲୁଚି ଖେଳୁଥିବା

ବାଦଲ ଆଉ ସୂର୍ଯ୍ଯଙ୍କ ଭିତରେ

ଖଣ୍ଡ ଖଣ୍ଡ ବାଦଲରୁ

ରିମଝିମ ହୋଇ ଖସିପଡୁଥିବା

ସେହି ବରଷାର ବିନ୍ଦୁକୁ

ଧରିବାକୁ ଇଛାହୁଏ.........,

ଯେତେବେଳେ ହାରିଯାଏ

ଭିଜାଇ ଦିଏ ସେ

ମୋର ଏଶରୀରକୁ

ଦେହରେ ଲାଗିଯାଏ

ମଳୟର ଛୁଆଁ

ସତେକି କେଉଁ ଅନାଗତ

ପୁରୁଷର ସ୍ପର୍ଶ ମୋତେ

କରିଦିଏ ଆନମନା।


ବରଷା ଟୋପାରେ ଓଦା

ସେହି ମାଟି ବାସ୍ନାର ମହକରେ

କି ଅସୁମାରୀ ଆକର୍ଷଣ

ଭିଡି ହୋଇ ଯା'ନ୍ତି ତା ପାଖକୁ

କୀଟରୁ ବ୍ରହ୍ମ ପର୍ଯ୍ୟନ୍ତ

ଧରିତ୍ରୀ ସେ ସର୍ବଂସହା

ଜନନୀର ପ୍ରତିରୂପ

କୋଳେଇ ନିଏ ଆପଣାର କରି

ଖୁସିରେ ଶୁଣାଯାଏ ଝିଙ୍କାରୀର

ମିଳନ ସଙ୍ଗୀତ ଆଉ

ଭେକର ସେ ହୁଳହୁଳି।


ଜାଣନ୍ତି ସମସ୍ତେ

ଏକ ଅଦିନ ବରଷା

ଆଜି ଅଛି କାଲିକି ନଥିବ...........

ତୁ ଆସିଯାଉ ଅଦିନରେ

ଧୋକାବାଜ ପ୍ରେମିକ ରୂପରେ

ବେଳେବେଳେ ଆସିଯାଏ

ନିଜ ଇଛା କରିବାକୁ ଚରିତାର୍ଥ।

ତୁ ବି ଆସିଯାଉ ହଜିବାକୁ

କଳାବାଦଲ ମୋହରେ

ଏକାକାର ହେବାକୁ ସମୟ ଆଗରୁ

କାହିଁକିନା ପ୍ରେମିକା ତୁ

ଝୁରୁଥିବୁ ପ୍ରେମିକର ଆଲିଙ୍ଗନ

ଚାତକିନି ସାଜି ପାରିଲୁନି ଚାହିଁ

ସେହି ତୋର ଆସିବା ସମୟକୁ

ସେଥିପାଇଁ ଆସିଗଲୁ

ଅଦିନ ଦିନରେ

ନିଜେ ଭିଜି ଯିବୁ

ବାଦଲ ପ୍ରେମରେ ଆଉ

ଭିଜାଇ ଦେବୁ ଧରିତ୍ରୀର

ମେଲା ହୋଇଥିବା ପଣତକୁ

ବରଷାରେ ଭିଜିଭିଜି

ଖୋଜୁଥିବ ପ୍ରିୟ ତା ପ୍ରିୟାକୁ

ମିଶିଯିବା ପାଇଁ ତୋ ସାଥେ।

ଦେଖୁଥିବେ ସ୍ବପ୍ନ

ହେଲେ ତୁ ଯେ...........

କିଛି କ୍ଷଣ ପାଇଁ ଆସୁ

ଆଉ ଫେରିଯାଉ

ଭାଙ୍ଗିଯାଏ ସ୍ବପ୍ନ

ସେହି ଭଙ୍ଗାମନ

ତଥାପି ସ୍ବାଗତ କରନ୍ତି

ହେଉ ପଛେ ଦିନେ ଅବା ଓଳିଏ।



Rate this content
Log in