STORYMIRROR

Suresh chandra Padhy

Others

3  

Suresh chandra Padhy

Others

ଅଧୁରା କାହାଣୀ

ଅଧୁରା କାହାଣୀ

1 min
308

ମଣିଷ ଯାହା ଖୋଜେ ସବୁ ତାକୁ ମିଳେନି

ଜୀବନେ ରହି ଯାଏ କେତେ ଅଧୁରା କାହାଣୀ

ସ୍ୱପ୍ନ ଭାଙ୍ଗି ଯାଏ ଚାଲି ଯାଏ ରଜନୀ ରାଣୀ

ହେଲେ ସରେନା ଜୀବନର ଅଧୁରା କାହାଣୀ

ମନ ଯାହା ଖୋଜେ ସବୁ ପାଏନି 

ହାରିବା ଜିତିବା ଜୀବନେ, ରହିଯାଏ

ଅଧୁରା କାହାଣୀ

ଜୀବନ ରାସ୍ତାରେ ଚାଲୁ ଚାଲୁ କେତେ କଷ୍ଟ ସହିବାକୁ ପଡେ 

ହେଲେ ସଫଳତା ମିଳେନି

ଏଇ ଜୀବନରେ ରହି ଯାଏ କେତେ ଅଧୁରା କାହାଣୀ

ଜୀବନ ଏକ ସଂଘର୍ଷ କେତେ ଦୁଃଖ 

ଆସେ କେତେ କଥା ସହିବାକୁ ହୁଏ

ତଥାପି ମନକୁ କେହି ବୁଝେନି

ରହି ଯାଏ କେତେ ଅଧୁରା କାହାଣୀ

ଯାହା ମିଳେ ଖୁସି ଦିଏ ଯାହା ନମିଳେ 

ଆଶା ଭାଙ୍ଗି ଯାଏ

ଆଶା ନିରାଶାର ଜୀବନେ ରହି ଯାଏ କେତେ ଅଧୁରା କାହାଣୀ

ଜନ୍ମ ମୃତୁର ଶରୀରରେ ସବୁ ଇଚ୍ଛା ପୂର୍ଣ୍ଣ ହୁଏନି

ଆତ୍ମା ବାରମ୍ବାର ଦେହେ ଥାଇ କୁହେ

କେବେ ସରେନା ମୋ ଅଧୁରା କାହାଣୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍