Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Others

4  

Suresh chandra Padhy

Others

ଅଧର ପଣା

ଅଧର ପଣା

1 min
250



ରଥେ ତୁମ ଅଧର ପଣା ଲାଗି ହେବ

ସେ ପଣାରେ ସଭିଙ୍କ ମନ ତୃପ୍ତ ହେବ

ତୁମ ଅଧର ପଣା ପଣାକୁ ସର୍ବେ ପିଇବେ

ନିଜ ଯାତ୍ରା କଷ୍ଟକୁ ଭୁଲି ଯିବେ ।


ଆସ ଦେଖି ଯିବା ଅଧର ପଣା କୁ

ମୋ କାଳିଆ ପାଖରେ ଲାଗିବ ଏହାକୁ

ଏ ପଣା କାଳିଆର ଅଧର ସ୍ଵର୍ସ କରିବ

ସେ ପଣା ରେ କାଳିଆ ସନ୍ତୁଷ୍ଟ ହେବ ।


କେତେ ଯୋଗିନି ପୁଣି କେତେ ଅଶରୀରୀ ଯାତ୍ରାକୁ ଗଲେ

ରଥ ଚାରି ପଟେ ପାସ୍ଵ ଦେବତା ରହି ଥିଲେ

ସଭିଏଁ ଆଜି ଅଧର ପଣା କୁ ପାନ କରିବେ

ଯାତ୍ରାର ସବୁ କଷ୍ଟ ଭୁଲି ହରସ ହୋଇବେ ।


କେତେ ଭାଗ୍ୟ ମାଟି ତୁମ୍ବି କରି ଥିଲା

କାଳିଆର ଅଧର କୁ ସ୍ଵର୍ସ କରି ଅଧରା ମୃତ ହୋଇଲା

ସେ ତୁମ୍ବି ହାଣ୍ଡି ରଥେ ଭଙ୍ଗା ହୋଇବ

ଜଗତ ବସି ରଥ ରୁ ଏ ଦୃଶ୍ୟ ଦେଖିବ ।


ସୁନା ବେଶ ପରେ ଅଧର ପଣା ହୁଏ

ଛେନା କଦଳୀ ଗୋଲ୍ ମରିଚ ଆଦି ପଡି ଥାଏ

ବରଷକ ଥରେ ରଥେ ତିନି ହାଣ୍ଡି ରେ ଏ ପଣା ହୋଇବ

ଅଧର ପଣା କୁ କାଳିଆ ମୋ ସଭିଙ୍କୁ ପିଆଇବ ।


Rate this content
Log in