Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhanjali Mishra

Others

3  

Sudhanjali Mishra

Others

ଅଧିକାର

ଅଧିକାର

1 min
357



ଶିଶୁକୁ ଅଠର ବରଷ ପୂରିଲେ

ସାବାଳକ ହୋଇଯାଏ

ଭୋଅଟ ଦେବାର କ୍ଷମତା ପାଏ ସେ

ଅଧିକାର ମିଳିଯାଏ ।

ବାଛିବ ସେ ନେତା ଦେଶର ବିଧାତା

କିଏ ଭଲ ମନ୍ଦ ଜାଣି ?

ଯେତେ ଭଲ ସବୁ ଶାସନ ଗାଦିରେ

ହୁଅନ୍ତି ଯେ ଟଣାଟଣି ।

ସ୍ବାଧୀନତା ଭାଇ କୁହନ୍ତି ସଭିଏଁ

ଜନ୍ମସିଦ୍ଧ ଅଧିକାର

ସ୍ବାଧୀନ ଭାରତେ କେତେ ଯେ ସ୍ବାଧୀନ

ପ୍ରଶନ ଉଠେ ମନର ।

ଅଧିକାର ସବୁ ସମ୍ବିଧାନେ ଅଛି

କିଏ ବା କେତେ ପାଉଛି ?

ଟଣାଟଣି ଏଠି ଲାଞ୍ଚ ମିଛ ସତ

ଆଇନ ତ ଆଖି ବୁଜିଛି ।

ଉତ୍କଳରେ ଶଙ୍ଖ କେନ୍ଦ୍ରରେ ପଦୁଅଁ

ଉଡାଇ ଦଳୀୟ ଧ୍ବଜା

ମାତନ୍ତି ଆନନ୍ଦେ ନିଜ ଦଳ ସଙ୍ଗେ

ବଜାଇ ବିଜୟ ବାଜା ।

ଦେଖିବାକୁ ଅଛି କର୍ମ କେ କରୁଛି

ସେବା ମନେ ସ୍ବାର୍ଥତ୍ୟାଗ

ବେକାରୀ ସମସ୍ୟା ଦୂରକରିଲେ ହିଁ

ଉନ୍ନତି ଦେଶର ଭାଗ୍ୟ ।

       


Rate this content
Log in