STORYMIRROR

ସନାତନ ଦାସ

Others

3  

ସନାତନ ଦାସ

Others

ଅଢେଇ ଅକ୍ଷର ପ୍ରେମ

ଅଢେଇ ଅକ୍ଷର ପ୍ରେମ

1 min
339

ଅଢେଇ ଅକ୍ଷର ଶବ୍ଦଟିଏ,

କାହା ପାଇଁ ପ୍ରୀତି ଉପହାର ତ

କାହା ପାଇଁ ଗଳା ର ମାଳ,

ଆଉ କାହା ପାଇଁ ସାତସିନ୍ଦୁକ

ସାଇତା ଅମୂଲ୍ୟ ମୋତି ଟିଏ.।


କେଉଁଠି ସେ ମା ପଣତ କାନିରେ

ଝାଳ ପୋଛୁଥିବା ନିଚ୍ଛକ ମମତାର ଚିହ୍ନ,

କେଉଁଠି ପୁଣି ରାକ୍ଷୀର ଡୋରୀରେ

ବନ୍ଧା ସମ୍ପର୍କର ସେତୁଟିଏ...।


କାହା ପାଇଁ ସେ ପ୍ରଣୟର କବରୀ ଟିଏ

କାହାପାଇଁ ସାଜେ

ଆଲୋକ ଭରା ରାତିରେ

ଗୋଟିଏ ମୁହୂର୍ତ୍ତର

ଜୀବନ ସାଥି ଟିଏ...।

ପ୍ରେମ, ସତରେ କେବେ, କେଉଁଠି ଆଉ କାହା ପାଇଁ

ଭିନ୍ନ ଭିନ୍ନ ରୂପରେ ଭିନ୍ନ ଭିନ୍ନ ଆକାରର

ଝାପସା ପ୍ରତିଛବି ଟିଏ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍