ଅଚିହ୍ନା ମଣିଷ
ଅଚିହ୍ନା ମଣିଷ
1 min
186
ବେଳେ ବେଳେ ଏଇ ଚଲାବାଟେ ଆମ
ସାଥିଟିଏ ମିଳିଯାଏ
ଅଜଣା ଅଚିହ୍ନା ହୋଇଥାଇ ମଧ୍ୟ
ଆପଣାର ଲାଗୁଥାଏ
ଅଚିହ୍ନା ଅଜଣା ସେ ଜୀବନସାଥି
ଜୀବନେ ସ୍ୱପ୍ନ ସଜାଏ
ସପନର ସେଇ ଗହଳ ନିଦରେ
ପ୍ରେମରେ ତାର ଭିଜାଏ
ଭିଜା ଭିଜା ତାର ପ୍ରେମର ସ୍ପର୍ଶରେ
ଏ'ମନ ପାଗଳ ହୁଏ
ଅଚିହ୍ନା ସାଥିଟି ଜୀବନ ସାଥିରେ
ହାତ ଧରି ଚାଲୁଥାଏ
