STORYMIRROR

pratap nayak

Others

3  

pratap nayak

Others

ଅଚିହ୍ନା ମଣିଷ ................

ଅଚିହ୍ନା ମଣିଷ ................

1 min
104


ଭଲହୋଇଛି.....

ବୁଦାମୁଳେ ବେହୋସ ହୋଇ

ମାଛି ଭାଣୁ ଭାଣୁ ପାଟିରେ 

ପଡିଥିବା ମଣିଷଟା 

ମୋ ପାଇଁ ଅଚିହ୍ନା.....

ଏବେ କଣ ହୋଇଥାଆନ୍ତା !

ଯଦି ଚିହ୍ନା ହୋଇଥାଆନ୍ତା....

ପାଖକୁ ଯା ....

ପକେଟରୁ ଖର୍ଚ୍ଚ କରି

ଡାକ୍ତରଖାନା ନେ.....

ତା' ଘରକୁ ଖବର ଦେ....

ସେବା ଯତ୍ନକର.....

କିଛି ଯଦି ଭୁଲଭଟକା୍ ହେଲା 

ସେ ସବୁକୁ ଗଣ୍ଠିଲି କରି ଘରକୁ ନେ ....

ତାପର ଦିନ ଛକ ଛକରେ

ବିକ୍ରିହେଉଥିବ ,

ତୋ ଅନୁପସ୍ଥିତ ଆଢୁଆଳେ .....

ସତରେ ହଉ କି ମିଛରେ ...

କୃତଜ୍ଞତା ତ ନଥିବ ...

ଥିବ ଖାଲି ସ୍ୱାର୍ଥପର....

ଅସହିଷ୍ଣୁତା .....

ଭଲ ହୋଇଛି 

ବୁଦାମୁଳେ ବେହୋସ ହୋଇ

ମାଛି ଭାଣୁ ଭାଣୁ ପାଟିରେ 

ପଡିଥିବା ମଣିଷଟା 

ମୋ ପାଇଁ ଅଚିହ୍ନା....

ମାନବିକତାକୁ ପଛକରି ମୁଁ ଯାଏ 

ମୋ ବାଟରେ ....

ମୋର କଣ ଯାଉଛି ?

ମୁଁ କଣ ତା ପାଇଁ ଚିହ୍ନା କି !

ଅଚିହ୍ନା ବି ମୁଁ ତାପାଇଁ 

ମଣିଷ କେ ଭାବୁ କି ନଭାବୁ....



Rate this content
Log in