STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
276

          

କିଏ ଏଠି ଚିହ୍ନିଛି କାହାକୁ ; ସଭିଏଁ ଅଚିହ୍ନା

ଯାହାକୁ ବି ଚିହ୍ନିଛ ବୋଲି କହୁଛ

ସମୟେ,ଅସମୟେ, ଦରକାର ବେଳେ

ସେ ମଧ୍ୟ ଦିଏ ନାହିଁ ଚିହ୍ନା ।।


ବେଳେ ବେଳେ ବାପା, ପୁଅ ,

ଭାଇ ବା ,ଭଉଣୀ

କହିଥାନ୍ତି ମୁଁ ତାକୁ ଚିହ୍ନିନି;

ଜନ୍ମ କଲା ମାଆକୁ ତ

ବୃଦ୍ଧାଶ୍ରମେ ଛାଡ଼ିଦେଇ ପୁଅ,

କହିଥାଏ ରାସ୍ତାରେ ବୁଲୁଥିବା

ଏ ଗୋଟେ ଅସହାୟା ଭିକାରୁଣୀ ।।


ନିଜକୁ ନିଜେ କ’ଣ ଚିହ୍ନିଛି ମଣିଷ ?

ମୁଁ ତ ମୋ ପାଇଁ ଅଚିହ୍ନା,

ତେବେ କୁହ କିଏ କାର ଚିହ୍ନା ?


ମାୟାରେ ବାୟା ସବୁ

ବିଷୟା ବିଷ ପ୍ରଭାବରେ ଏଠି

ସମସ୍ତେ ସମସ୍ତ ଙ୍କର ଚିହ୍ନା , କିନ୍ତୁ

ମୃତ୍ୟୁ ପରେ ପରପାରେ ସମସ୍ତେ ଅଚିହ୍ନା ।।


ଅର୍ଜୁନଙ୍କ ପୁତ୍ର ଚକ୍ରବ୍ୟୁହେ ହେଲା ପରାହତ

ଯୁଦ୍ଧ ପରେ ଥରେ କୃଷ୍ଣ ଙ୍କ ସହିତ

ସ୍ୱର୍ଗେ ହେଲା ଭେଟ

କହିପକାଇଲେ ହେଇ ମୋର ପୁତ୍ର

ଏଇ ଅଭିମନ୍ୟୁ ତ ?


ଅଭିମନ୍ୟୁ ଉତ୍ତରିଲେ

କିଏ ତୁମେ ନର ?

ମୋହଗ୍ରସ୍ତ ମାନବ

କୁହମୋତେ ପୁତ୍ର;

ତୁମେତ ଗୋଟେ ଅଚିହ୍ନା ମଣିଷ ।।



Rate this content
Log in