STORYMIRROR

MADHU MITA

Others

4  

MADHU MITA

Others

ଅଛିଣ୍ଡା

ଅଛିଣ୍ଡା

1 min
303

ଅନେକ କିଛି କହିଲା ପରେ ବି ଲାଗେ

ବହୁତ କିଛି ବାକି ରହି ଗଲା

ବହୁତ କିଛି କହିବା ପରେ ଲାଗେ

ଅନେକ କିଛି ବାକି ରହିଗଲା ।


ଅନେକ ବାଟ ଆଗେଇ ଆସିବା ପରେ

ଲାଗେ ରାସ୍ତା ଆହୁରି ବାକି ରହିଗଲା

ବାକି ରାସ୍ତା ଅତିକ୍ରମ କରୁ କରୁ

ଲାଗେ ଆହୁରି ଯାତ୍ରା ବାକି ରହିଗଲା ।


ସ୍ନେହ ଟିକକ ଦେଇଦେଲା ପରେ

ଲାଗେ ଭଲ ପାଇବା ଆହୁରି ରହିଗଲା

ଆତ୍ମୀୟତାର ଚରମ ସୀମା ରେ ପହଞ୍ଚି

ଲାଗେ ସମ୍ପର୍କ ଆହୁରି ଆପଣା ହେବାର ଥିଲା ।


ଜୀବନ ସାରା ବଞ୍ଚି ଗଲା ପରେ

ମୃତ୍ୟୁ କହେ ନିଃଶ୍ୱାସ ବାକି ରହିଗଲା

ସବୁ କିଛି ହାତ ପାହାନ୍ତା ରେ ଥାଇ ମଧ୍ୟ

ଲାଗେ ହାତ ରିକ୍ତ ହିଁ ତ ରହିଗଲା ।


ଅସରନ୍ତି ଏ ପ୍ରାପ୍ତି ଅପ୍ରାପ୍ତିର ସମୀକରଣ

ଲାଭକ୍ଷତି ହିସାବ ବାକି ରହିଗଲା

ଭାଜ୍ୟ ଜୀବନ ଭାଜକ ମନୁଷ୍ୟ ଭାବେ

ଭାଗ ଶେଷ ର ଶାନ୍ତି ଟିକକ ବାକି ରହିଗଲା ମ



Rate this content
Log in