STORYMIRROR

Santanu Bisoi

Others

3  

Santanu Bisoi

Others

ଅଛବ।

ଅଛବ।

1 min
199


ଜାତିବାଦ ତଳେ ଅଛୁଆଁ ଜୀବ ମୁଁମଣିଷ ଜନମ ନେଇ,କିଏ କହେ ପାଣ କିଏ କହେ ହାଡ଼ିଛୁଅଁ ନାହିଁ ଛୁଅଁ ନାହିଁ।


ଖଦାଳ କଣ୍ଡରା ଧୋବା ଡ଼ମ ବୋଲିସମାଜେ ଅଛବ ଶ୍ରେଣୀପାଞ୍ଚ ପଚିଶରେ ହେୟ ହୀନିମାନ ଅଗ୍ରାହ୍ୟ ଆମର ବାଣୀ ।


ପଙ୍'କ୍ତି ଭୋଜନ ଶେଷେ ଆମେ ଖାଉମନ୍ଦିର ଆମକୁ ମନାସଭା ସମିତିରେ ଦୁରେଇ ବସୁଛୁହୋଇ କାହା ଘୃଣ୍ୟମନା ।


କେତେଯେ ଆଇନି ଆମ ସମ୍ବିଧାନେଛୁଆଁ ଅଛୁଆଁର ପାଇଁଗାନ୍ଧୀ ଯୁଗରୁ ଆଜିଯାଏ ବୋଲିପଡିଛି ମୃତକ ହୋଇ।


ନାଲି ରକ୍ତ ଆମ, ସଭ୍ୟ ଶିକ୍ଷିତଶୁଚିବନ୍ତ ଦେହ ବହିଆଉ କେତେ ଯୁଗ ଅପେକ୍ଷା କରିବୁମୁଖ୍ୟସ୍ରୋତେ ଯିବା ନେଇ।


ଜାତିହୀନ ଶ୍ରେଣୀ ଗଢିବୁ ଆମେଟିଅହଂ ବ୍ରହ୍ମୋସ୍ମି ଗାଇସନାତନ ଧର୍ମେ "ଅଛବ" ଶବ୍ଦକୁଦେବୁ ସଯତ୍ନେ ଲିଭାଇ।


ଧର୍ମ ଜାତି ନେଇ ସଂକୀନ୍ନ ମନରେଯେତେ କୁତ୍ସା ତୁମେ ରଟଛୁଆଁ ସୃଷ୍ଟିକାରୀ ବଡ଼ପଣ୍ଡା ନିଶ୍ଚେତୁମ କୂଟ ହେବ ନଷ୍ଟ।


ଘୃଣ୍ୟ ଜାତି ପ୍ରଥା ଉଠାଇ ଦେବାକୁଜନ୍ମିବେନି କର୍ଣ୍ଣଧାରଆମ ଭାଗ୍ୟ ଆମେ ନିର୍ମାଣ କରିବୁହୋଇବୁ ଉନ୍ନତତର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍