STORYMIRROR

Sunanda Mohanty

Others

3  

Sunanda Mohanty

Others

ଅଛ ଥିଲ ଥିବ

ଅଛ ଥିଲ ଥିବ

1 min
200

ମୋ ସହରେ ଥିଲ କେତେ ଭଲ ଥିଲ 

ବୃନ୍ଦାବନ ଗଲ, ସବୁ ଭୁଲିଗଲ 

ଦୁଃସମୟରେ ପାଶେ ଯେବେ ଠିଆ ନହେଲ 

ବନ୍ଧୁ ପଣେ ତୁମେ, କୋଉ କୂଳକୁ ହେଲ 

କଳିଜୁଗେ ବନ୍ଧୁ ମହାନ୍ତି କି ଭୁଲି କି ଗଲ 

ଦାସିଆ ବାଉରୀ ଭକ୍ତ ସାଲବେଗଙ୍କୁ ଦୁରେଇ କି ଦେଲ 

ଗୋପରେ ରାଧା ଙ୍କୁ କେତେ କଷଣ 

ଦ୍ଵାପରେ ସୀତା ଙ୍କୁ ଦେଲ କଷଣ 

ତଥାପି ତୁଳସୀ ନାଉଛ କେମିତି, ଥରେ ଭାବିଲ? 

ତୁମ ନୀତି କାନ୍ତି ସବୁ ଚାଳିଛି ଭଲ 

ତୁମେ କାଇଁ ଭାବିବ ଅନ୍ୟର ଭଲ 

ସମସ୍ତଙ୍କୁ କନ୍ଦାଇ କି ଲାଭ ପାଇଲ 

ମନ କଥା ଥରେ କହିଦିଅ ଭଲେ, ନକର ଭେଲ 

ଭକ୍ତ ଯଦି ନ ଆସିଲା, ତୁମକୁ କି ଲାଗିବ ଭଲ 

ନିଜେ ନିଜ ମହାପ୍ରସାଦ ଛୁଇଁ କି ଶପଥ ନେଲ 

ମାଧ୍ୟମ ଅନେକ ତୁମେଇ ତ ଏକ କରିବାକୁ 

ସବୁରି ବିଶ୍ୱାସେ ନିଶ୍ୱାସ ପ୍ରଶ୍ୱାସେ ହଲଚଲ 

ବୁଝିବାକୁ ଆଉ ଥରେ ଚେତନା ଓ ଚୈତନ୍ୟରେ 

ଆଜି ଅଛ କାଲି ଥିବ ଅତୀତ,ଯା ଗତରେ ବି ଥିଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍