STORYMIRROR

Narayan chandra Senapati

Others

3  

Narayan chandra Senapati

Others

ଅଚେତ ସମ୍ରାଟ

ଅଚେତ ସମ୍ରାଟ

1 min
145

ସ୍ୱୟଂ ଭଗବାନ ଏ ଧରା ବୁକୁରେ

ରଚିଲେ ଅଦ୍ଭୁତ ସୃଷ୍ଟି

ଅରପି ଦୁର୍ଲଭ ମଣିଷ ଜନମ

ସ୍ୱର୍ଗୁ ପୁଷ୍ପ କଲେ ବୃଷ୍ଟି।


ବୁଦ୍ଧି ଜ୍ଞାନ ଦେଇ ଜ୍ୟେଷ୍ଠ ଶ୍ରେଷ୍ଠ କଲେ

ଜଗିବାକୁ ତାଙ୍କ ଧାମ

ନିର୍ଘଣ୍ଟ କରିଣ କର୍ମ ବତାଇଲେ

ଧର୍ମ କରି ରଖ ନାମ।


ଭୁଞ୍ଜିବାକୁ ଦେଲେ ସ୍ୱାଦିଷ୍ଟ ସୁଖାଦ୍ୟ

ପିଇବାକୁ ନୀର କ୍ଷୀର

ଅବୁଝା ନ ବୁଝି ଖାଇଲା ଅଖାଦ୍ୟ

ମଦ୍ୟପାନ କଲା ସାର।


ସୁବୁଦ୍ଧି ବଦଳି କୁବୁଦ୍ଧିର ରାଜ୍ୟେ

ହେଲା ଯେବେ ବାଟବଣା

ଦୁର୍ଲଭ ଜୀବନ କୁମାର୍ଗ ଛୁଇଁଲା

ସାଜି କଣ୍ଢେଇ ଖେଳଣା।


ମଦ ମାଂସେ ଦେଇ ସଦା ମନଧ୍ୟାନ

ହରାଇଲା ଜ୍ଞାନ ଚେତା

କେବେ କଲା ରାସ୍ତା କଡ଼ ମଧୁଶଯ୍ୟା

ବସା ନଦୀକୂଳ ହତା।


ଶିଶୁବେଳେ ଯେଉଁ କ୍ଷୀର ବୋତଲକୁ

କରିଥିଲା ପ୍ରିୟ ସାଥି

ବଡ଼ ହୋଇ ମଦ ବୋତଲକୁ ଧରି

ବିତାଇଲା ଦିନରାତି।


କୁକୁର ମୁତିଲା କେବେ ତା ପାଟିରେ

କେବେ କେ ପକାଏ ଛେପ

ଥଟ୍ଟାରେ କେ କହେ ମଦୁଆ ଶୋଇଛି

ଏଟା ମଣିଷନା ମଲାସାପ।


ମର୍ଯ୍ୟାଦା ସମ୍ପନ୍ନ ମଣିଷ ସେ ଥିଲା

ହେଲା କାର୍ଟୁନ କି ମଢ଼ା

ଛି ଛି ଅଜ୍ଞାନ ମଦୁଆ ଭାଡୁଆ

କି ଦ୍ରବରେ ତୁ ରେ ଗଢା ?


ହେ ଆତ୍ମନ ତୁମେ ଅଚେତ ସମ୍ରାଟ

ନ ସାଜ ଘୋଡ଼ା ମଦୁଆ

ମଦ ଯେତେବେଳେ ପିଇବ ତୁମକୁ

(ସଂସାରୁ)ଲିଭିଜିବି ତୁମ ନାଆଁ।


ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍