STORYMIRROR

Dharitri Das

Others

3  

Dharitri Das

Others

ଅବ୍ୟକ୍ତ କୋହ

ଅବ୍ୟକ୍ତ କୋହ

1 min
254

 

ଅନ୍ତର ବେଦନା ମର୍ମଭେଦି ବାଣ

  ଆଣଇ ଅବ୍ୟକ୍ତ କୋହ

ଯାହାକୁ ବ୍ୟକ୍ତ କରି ନୁହେଁ କେବେ ବି

  ଆଖି ପିଇଯାଏ ଲୁହ।


ମନ ବୁଦ୍ଧି ଜ୍ଞାନ  ହଜିଯାଏ ସବୁ

  ମନରେ ଯନ୍ତ୍ରଣା ଦିଏ

ଜରା ବ୍ୟାଧି ଗ୍ରସ୍ତ ହୁଅଇ ଶରୀର

  ଜାଣି ନ ପାରଇ ସିଏ।


ତଥାପି ଅବ୍ୟକ୍ତ ହୋଇ ରହିଯାଏ

  ହୃଦୟ ବିଦାରି ହୁଏ

କିପରି ସହିବ ଦୁଃଖୀ ମଣିଷଟି

   ଯନ୍ତ୍ରଣାସିକ୍ତ ତ ସିଏ।


କହୁ ବା ନ କହୁ ଜାଣିଥାଉ ତୁହି

  କାଳିଆ ଠାକୁର ଆହେ

ଆଶ୍ୱାସନା ଦେଇ ଦୁଃଖକୁ ତାହାର

  ଦୁରେଇ ଦେବାକୁ ବହେ।


ଇଚ୍ଛା ହୁଏନାହିଁ ତୋହର ଠାକୁର

   ସଂସାର କରତା ହୋଇ

ସହି ସହି ଦୁଃଖ ମାନସିକ ରୋଗୀ

   ସତେକି ହୁଅଇ ସେଇ।


ଏପରି ହୋଇଲେ କାଳିଆରେ ତତେ

  କିଏ ବା ପୂଜିବ କହ

ସତ୍ତାହୀନ ବୋଲି ଘୋଷିବ ଜଗତ

   ଦିନ ଆସିବଟି ରହ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍