STORYMIRROR

Sangita Mishra Satapathy

Others

3  

Sangita Mishra Satapathy

Others

ଅବ୍ୟକ୍ତ କୋହ ଶୈଶବର

ଅବ୍ୟକ୍ତ କୋହ ଶୈଶବର

1 min
318

ମାଆ ତୁମେ ସତେ କାହିଁ ଗଲ

ମମ୍ମି ଡାକେ କିବା ହଜିଗଲ

ଖୋଜୁଛି ମୁଁ ତୁମ ବକ୍ଷ ଅମୃତ

ଚାକିରିକୁ କାହିଁ ଚାଲିଗଲ?

କିବା କୁହ ମାଆ ଦୋଷ ମୋର

ସ୍ନେହ ଆଦରରୁ କଲ ଦୂର

ମାଆର ମମତା ଦେଇ କି ପାରିବ 

ଅପରିଚିତ ସେ ଆୟା କୋଳ

ଖୋଜେ ମାଆ ତୁମ ମିଠା କଥା

ମିଳୁଛି ମାଆ ଖାଲି କର୍କଶତା

କାହିଁକି କୁହ ଏ ନିର୍ଦ୍ଦୟତା?

ଖେଳିବା ପାଇଁ ମୋ ସାଥୀ ଲୋଡା

କି କଣ୍ଢେଇ, ହାତୀ ଘୋଡା

ପାରିବ କି କଣ୍ଢେଇ କଥା କହି?

ମାଆ ପରି ଦେବ କି ସେ ବୁଝାଇ

ପଣତକାନି ଖୋଜିଲା ବେଳେ ମୁଁ 

ସ୍କୁଲରେ କାହିଁ ଛାଡିଦେଲ?

ବସ୍ତାନିର ବୋଝ ଧରାଇଲ

ଗ୍ରନ୍ଥକୀଟ ମୋତେ କରିଦେଲ

କାହିଁ ମୋ ଶୈଶବ ଲୁଟିନେଲ?

ବାପାଙ୍କୁ କି କହିବି ଆଉ

କମ୍ପାନୀରେ କଟେ ସଞ୍ଜ ସକାଳ

ମୋ ପାଇଁ ବେଳ କାହିଁ ଆଉ?

ଥରେ ମୋ ଶୈଶବ ଗଲେ ଚାଲି

ଫେରାଇ ପାରିବ କି ତୁମେ ଆଉ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍