STORYMIRROR

Bikhyat Bihari Mishra

Others

3  

Bikhyat Bihari Mishra

Others

ଅବୁଝା ପ୍ରିୟା

ଅବୁଝା ପ୍ରିୟା

1 min
13.8K


ବଗିଚାରେ ବସି ଶୁଣୁଥିଲି ଦିନେ

ଖୋକାଭାଇ ଙ୍କର ଗୀତ

ପ୍ରିୟାଆସି ପାଖେ ବସିଗଲା ମୋର

ପ୍ରସନ୍ନ ହୋଇଲା ଚିତ୍ତ..

ଭାବିଲି କରିବ ମଧୁର ଆଳାପ

ହେଲେ ସେତ ଗଲା ରାଗି

କହିଲା ଲେଖୁଛ କେତେ ଯେ କବିତା

ସମୟ ନାହିଁ ମୋ ଲାଗି??

କେଜାଣି କାହିଁକି କବିତାକୁ ଏତେ

ପାଉଛି ଅନ୍ତରେ ଭଲ

ଖୁସି ହୁଅ ପ୍ରିୟା ମୋହରି ଖୁସିରେ

ହୋଇଯା ନିଜେ ସାମିଲ...

ଅଭିମାନେ ସିଏ ମୁହଁ ଫୁଲେଇଲା

ଲେଖୁଥା କବିତା କହି

ବାହା ହେଉଥିଲ କାହିଁ ପାଇଁ ଯଦି

ମୋପାଇଁ ସମୟ ନାହିଁ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍