STORYMIRROR

Smruti Ranjan Tripathy

Others

3  

Smruti Ranjan Tripathy

Others

ଅବୁଝା ପଣତ

ଅବୁଝା ପଣତ

1 min
27.2K


ନିସ୍ତବ୍ଧ ରାତି, ଉଲଗ୍ନ ଆକାଶ ତଳେ ମେଘ ବିନ୍ଦୁର ଟପ ଟପ ଶବ୍ଦ

ସ୍ଵପ୍ନ ବିଭୋର ଶାନ୍ତ ଶୀତଳ ନଦୀ ସବୁ ଉଚ୍ଛନ୍ନ , ସତେ କି ମିଶିଯିବେ ସାତ ସମୁଦ୍ର ଗର୍ଭରେ

ମୁହୂର୍ତ୍ତକେ କେହି ଅଲକ୍ଷ୍ୟରେ ପାଖ ମାଡ଼ୁଥାଏ, ଛାଇ ପରି ପାଖେ ପାଖେ ଥାଏ

ଚୁପି ଚୁପି ଚୁପି ବାରଣ କରୁଥାଏ ତତେ ଭିଜିବା ମନା -------

ଦିଶିଯାଏ ସକାଳ ଅପେକ୍ଷାରେ ଥିବା କିଛି ନିରୀହ କ୍ଷୁଧାର୍ତ୍ତ ମୁହଁ

ଚାଲେ ଛାୟା ଯୁଦ୍ଧ, ସମର୍ପଣ, ପ୍ରତ୍ୟର୍ପଣ..

ହେ ଚିତ୍ରକର ! ଦେଖ କେମିତି ବର୍ବର ସାଜିଛି ତୁମ ତୁଳୀର ତୁଣୀର

ମୁଠାଏ ଭୋକକୁ ଜାବୁଡି ଧରିଛି, ଅପସରି ଯାଉଛି

ରଙ୍ଗୀନ ରାତିର ଅଧାଭଙ୍ଗା ଦୁଆତ

ସିନ୍ଦୁର ଫଟା ଅରୁଣିମାରେ କେମିତି ଉଜ୍ଜ୍ୱଳ ଦିଶୁଛି ମୁକ୍ତି ସଂଗ୍ରାମର କଳଙ୍କିତ ପଥ

ଦିଗନ୍ତ ବିସ୍ତାରୁଛି ମମତା'ର "ଅବୁଝା ପଣତ".........

ଆମ୍ବ ତୋଟାରେ ବଉଳ ବାସ୍ନା, ବିଭୋର ରାଜା ରଙ୍କ

କୋଇଲି କୁମ୍ଭାଟୁଆଙ୍କ ସୁମଧୁର ତାନରେ ପୁଣି କେହି ନିଃଶବ୍ଦରେ ଶ୍ରୁତି ମଧୁର କରୁଛି

ତତେ ଏକାନ୍ତେ ଲୋଡ଼ିବା ମନା -------

ଜୀବନ ଆକାଶ ଫର୍ଚ୍ଚା ଦିଶିଲାଣି, ରାଜ କଷଣରୁ ମିଳିବ ମୁକ୍ତି

ଚିତ୍ରକର'ର ଅନ୍ଧମୁହାଣୀ ତୁଳୀରେ ପୁଣି ବସିଲାଣି ଫଗୁଣର ଚିତ୍ରିତ ହାଟ

ଅସୁମାରୀ ସ୍ଵପ୍ନ ସବୁ ଛନ୍ଦି ହେଲେଣି ସଂକଳ୍ପର ସୂତାଖିଅରେ

ନୀଡ ଛାଡିବାକୁ ହେବ ଏଥର ଖଣ୍ଡିଉଡ଼ା ଦେଉଥିବା ପକ୍ଷୀକୁ

ଖୋଜିବାକୁ ହେବ ଚଞ୍ଚୁ କୁଞ୍ଚନର ଅବଶିଷ୍ଟ ଠିକଣା

ଶିଖିବାକୁ ହେବ ନୀଳ ଆକାଶକୁ ଶଙ୍ଖୁଳେଇବାର କୌଶଳ ବିନା ସର୍ତ୍ତରେ

ନଗ୍ନ ପାପର ପୁଷ୍କରଣୀରୁ ଦିଶିଲାଣି ପୁଣ୍ୟର ପୁଷ୍କର ତୀର୍ଥ

ଦେଖ ! କେମିତି ଛଳନା ଜ୍ଵଳନରୁ ଗୁମୁରି ଗୁମୁରି ଲୟ ଫେରଉଛି ମମତା'ର "ଅବୁଝା ପଣତ"......

ଲୋତକ ବାରିରେ ସ୍ମୃତି ସାଉଣ୍ଟୁଛି ତୃପ୍ତିର ଆଦି ଗଙ୍ଗା

ଜୀବନ ବାଜିର ଛକି ଶୂନ ଖେଳରେ ସତେ କେହି ଆସି ଚେତେଇ ଦେଉଛି

ତତେ ପଛକୁ ଫେରିବା ମନା ---------


Rate this content
Log in