STORYMIRROR

Ratinarayan Rout

Others

4  

Ratinarayan Rout

Others

ଅବତରି ଆସ ମାଆ

ଅବତରି ଆସ ମାଆ

1 min
338


ହେ ଜଗଦମ୍ବିକା      ଶକତି ସ୍ୱରୂପା

     ଜଗତ ଜନନୀ ମାଆ

ଶିବାନୀ ଭବାନୀ     ଉମା ବିଶ୍ଵରୂପା

      ଦୁର୍ଗତୀ ନାଶିନୀ ମାଆ ।

ତାରା ଛିର୍ନ୍ନମସ୍ଥା    ପାଶାଙ୍କୁଶ ଭୁଜା

     ଖର୍ପର ଧାରିଣୀ ମାଆ

ଭୈରବୀ ଅମ୍ବିକା    ପାର୍ବତୀ ବିରଜା

     ଶିବ ପ୍ରାଣ ପ୍ରିୟା ମାଆ ।

ତୁହି ଉଗ୍ରତାରା     ତୁହି ଆଦିମାତା

     ଭଗବତୀ ଦେବୀ ମାଆ

ଆଶିଷ ଦିଅ ମା'    ଆହେ ଗିରିସୁତା

     ସୁଖଦା ବରଦା ମାଆ ।

ତ୍ରିପୁର ମୋହିନୀ     ମୁକତି ଦାଇନୀ

     ତୁହି ମା'ତାରିଣୀ ମାଆ

ଅଭୟ ଦାୟିନୀ     ଶାନ୍ତି ପ୍ରଦାୟିନୀ

     ମହିଷା ମର୍ଦ୍ଦିନୀ ମାଆ ।

ଦେବୀ ଦଶଭୁଜା     ଦୁର୍ଗା ନାରାୟଣୀ

      ଖଡ଼ଗ ଧାରିଣୀ ମାଆ

ଦୁଃଖ ବିନାଶିନୀ     ଶଙ୍କଟ ହାରିଣୀ

      ଲୀଳାମୟୀ ତୁହି ମାଆ ।

କଳୁଷର ଭାର       ଦୂର କର ତୁମେ

      ମେଦିନୀ ବୁକୁରୁ ମାଆ

ଓହ୍ଲାଇ ଆସ ମା'     ଏ ମରତ ଧାମେ

      ହେ ସିଂହ ବାହିନୀ ମାଆ ।

ସୁଖ ସମୃଦ୍ଧିର         ସଲିଳ ବରଷି

      ଶୁଭାଶିଷ ଦିଅ ମାଆ

ନର ରାକ୍ଷସ ଙ୍କୁ      ଏ ସଂସାରୁ ନାଶି

      ସାଧୁଜନେ ରଖ ମାଆ ।

ଦୁଷ୍ଟଙ୍କୁ ବିନାଶି       ଅହଙ୍କାରୀ ନାଶି

      ପାପ ଧୋଇନିଅ ମାଆ

ଏ ମହୀ ମଣ୍ଡଳେ     ତୋଳିଲା ପ୍ରକାଶି

      ଅବତରି ଆସ ମାଆ ।



Rate this content
Log in