ଅବତରି ଆସ ମା'
ଅବତରି ଆସ ମା'
1 min
13.9K
କାଶତଣ୍ଡୀ ଖେଳେ ନଈ ପଠାରେ ମା’
ଆସିବ ବୋଲିକି ତୁମେ
ସିଂହ ପରେ ବସି ଅବତରି ଆସ
ବାଟକୁ ଚାହିଁଛୁ ଆମେ |
ଆଗମନେ ତବ ପାପ ହେଉ ନାଶ
ଅଛି ଯେତେ ଧରା ଧାମେ
ଆଶିଷେ ତୁମର ଦୁଷ୍ଟ ହେଉ ସନ୍ଥ
ମନ ଦେଉ ଭଲ କାମେ |
ଅନ୍ୟାୟ ଅନୀତି ହିଂସା ଦ୍ଵେଷ ଠାରୁ
ଦୂରେଇ ସଭିଏଁ କ୍ରମେ
ମନୁ ତଡ଼ି ଦେଇ କୁସଂସ୍କାର ଯେତେ
ଝୁମନ୍ତୁ ତୁମରି ପ୍ରେମେ |
ହାତ ଯୋଡ଼ି ଯଦି ପାପୀଟିଏ ଆସେ
ଚରଣରେ କେବେ ଭ୍ରମେ
ପାପ ନାଶି ଦିଅ ମାଆ ତୁମେ ତାର
ଶାନ୍ତି ଖେଳୁ ଗ୍ରାମେ ଗ୍ରାମେ |
