ଅବତାରୀ
ଅବତାରୀ
1 min
342
,,,,,,,,,,,ଅବତାରୀ,,,,,,,,
ଶଶାଙ୍କ ଶେଖର ରାୟ
ତୁମ ମନ୍ଦିର ବେଢାରେ
ଚକା ପକାଇ ବସିଗଲେ ଥରେ
ଭୁଲିଯାଏ ମୁଁ ସଂସାର ଜଞ୍ଜାଳ
ଶାନ୍ତି ତୃପ୍ତିର ଦଲକାଏ ଶୀତଳ ପବନ
ଦେହେ ଖେଳାଏ ଅଦ୍ଭୁତ ଶିହରଣ
ପୋଛିନିଏ ମଥାରୁ ବିନ୍ଦୁ ବିନ୍ଦୁ ଝାଳ ।
ତୁମ ଅପଲକ ନୟନେ
କି ଯାଦୁ ଥାଏ କେଜାଣି
ଦେଖିବାକୁ ଇଚ୍ଛାହୁଏ ବାରମ୍ଵାର ,
ମନ ବୁଝେନି କାହିଁକି କେଜାଣି
ଘଣ୍ଟାଘଣ୍ଟା ଧରି ଚାହଁଥାଏ ସେମିତି
କାନେ ଶୁଭୁଥାଏ ସଦା ତୁମ ବଂଶୀସ୍ଵର ।
ସୁଖ ଦୁଖ ସବୁ କହିଯାଏ ତୁମ ଆଗେ
ଭୁଲ ପାଇ କ୍ଷମା ମାଗିନିଏ ଝରାଇ ଲୁହ
ପୁଣି କରୁଥାଏ ଅଭିମାନ ଭାବି ଏକାନ୍ତ ଆପଣାର ।
ବିଦୁରର ଶାଗ ତୁମେ ସୁଦାମର ଖୁଦ
ସେନେହ ସରାଗ ପ୍ରୀତିର ସୁଆଦ
ଅବତାରୀ ପୁରୁଷ ସଦା ଶାଶ୍ଵତ ପ୍ରେମର୍
ମୋ - ୭୩୩୭୭୯ଶୂ୭୯୯୯
ବଟରପଡା ଭାମଣ୍ଡା ରାଜକନିକା ।
