STORYMIRROR

KRUTIBAS NAYAK

Others

2  

KRUTIBAS NAYAK

Others

ଅବସର ପରେ

ଅବସର ପରେ

1 min
156


ଚାକିରି ସରିଲା କ୍ଷମତା ବି ଗଲା ହୋଇଲି ଅଚଳ ପଇସା,

ବାଟରେ ଘାଟରେ ହାଟରେ ଗାଡ଼ିରେ ସଭିଏଁ ଡାକିଲେ ମଉସା |


କଥା ଶୁଣିବାକୁ କେହି ରାଜି ନୁହଁ ସାଙ୍ଗ-ସାଥୀ କେହି ନାହାନ୍ତି,

ପାଉଥିଲେ ଯିଏ ନଉଁଥିଲେ ସିଏ ବାଟ ଭାଙ୍ଗି ଚାଲି ଯାଆନ୍ତି |


ପେନସନ ଗଣ୍ଡେ ମିଳୁଛି ବୋଲି ତ ମନ ଚେଙ୍ଗାହେଇ ରହିଛି,

ସଭିଙ୍କ ନଜର ସେଇ ପଇସାକୁ କିଏ କେତେକଥା କହୁଛି |


କିଏ ବା କହୁଛି ବୁଢା ତ ହେଲଣି ଘରେ ବସି ହରି ଜପୁନା,

ପ୍ରବଚନ ଚାଲେ ମନ୍ଦିର ଆଗରେ ସେଇଠି ଯାଇକି ଗପୁନା !


ସବୁ କାମପାଇଁ ଚାନ୍ଦା ଦେଇଚାଲ ମାଗନ୍ତି ସାହିର ଟୋକାଏ,

ନହେବା କାମକୁ କରେଇ ନେବାକୁ ଘେରି ଯାଉଛନ୍ତି ଥୋକାଏ |


ମୋବାଇଲ ଗୋଟେ ପାଇଛି ହାତରେ ଚଲେଇ ଆସୁନି ନିଜକୁ,

ମେସେଜ ଆସିଲେ ଉତ୍ତର ଦେବାକୁ ଡାକୁଛି ମୋ ନାତି ଟୋକାକୁ |


Rate this content
Log in