STORYMIRROR

Biswanath Nayak

Others

3  

Biswanath Nayak

Others

ଅବଶେଷ ---------

ଅବଶେଷ ---------

1 min
460


କଲମରୁ କାଳି

ସରିଯାଏ ସିନା

ମନରୁ ଭାବନା ମରେନାହିଁ,

ରାତିର ବୟସ

ହୋଇଯାଏ ଶେଷ

ଜହ୍ନରୁ ଜୋଛନା ସରେନାହିଁ।

କାଗଜର ବୁକୁ

ଭରିଯାଏ ହେଲେ

ଲେଖିବା ପ୍ରେରଣା ବାକି ରହେ,

ଆଖି ଲୁହଧାର

ଶୁଖେ ନାହିଁ ହେଲେ

ଦରଦୀ ପଣତ ଭିଜିଯାଏ। 

ମଧୁପାନେ କ୍ଳାନ୍ତ

ହେଲେ ବି ମଧୁପ

କୁସୁମରୁ ମଧୁ ସରେ ନାହିଁ,

ରାଗିଣୀର ତାଳେ

ଶ୍ରାନ୍ତ ନୃତ୍ୟାଙ୍ଗନା

ନୂପୁରର ମନ ଭରେ ନାହିଁ। 

ଉଡି ଉଡି ପକ୍ଷୀ

ପହଞ୍ଚଇ ନୀଡେ

ଉଡିବା ଭାବନା ନୁହେଁ ଶେଷ,

ଯୁଦ୍ଧ ସରେ ହେଲେ

ଅନ୍ୟାୟ ବିରୁଦ୍ଧେ

ଲଢିବାଟା ରହେ ଅବଶେଷ। 

ମଲ୍ଲିର ମହକେ

ପୁରିଯାଏ ମନ

ମଲ୍ଲି ମହକର ନାହିଁ ଶେଷ,

ପ୍ରଭୁଙ୍କ ଦର୍ଶନ

ମିଳିଯାଏ ହେଲେ

ଭକତି ରହଇ ଅବଶେଷ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍