STORYMIRROR

Kalpana Kumari Pradhan

Others

2  

Kalpana Kumari Pradhan

Others

ଅବର୍ଣ୍ଣନୀୟ

ଅବର୍ଣ୍ଣନୀୟ

1 min
255

ନୀଳଗିରି ନାଥ     ଆହେ ଜଗନ୍ନାଥ

   କଳ୍ପତରୁ କୋଟି ଓଡ଼ିଆ ସାମନ୍ତ l

କାବ୍ୟ କବିତାରେ    ବର୍ଣ୍ଣିକି ପାରିବି

   ପ୍ରାଣସଖା ତୋ ମହିମା ଅନନ୍ତ l

ଆହେ ଚିନ୍ତାମଣି    ଚିନ୍ତାଶୂନ୍ୟ ହୋଇ

   ନିଦେକି ଶୋଇଲ ହେ ଲଷ୍ମୀକାନ୍ତ l

ଜଗତେ ତୁମରି    ଘୋର ମହାମାରୀ

   ତାଣ୍ଡବ ରଚଇ ସଭିଙ୍କ ହୋଇ ଅନ୍ତ l

ଏ ଘୋରକାଳ ରେ   ଆହେ ଜଗବନ୍ଧୁ

   ବିଜେ ରତ୍ନ ସିଂହାସନେ ହେଇଶାନ୍ତ l

ତୁମ ବିନୁ ଆଉ    ସାହା କେ ଆମ୍ଭକୁ

   ମହାଶଙ୍କଟୁ ଉଦ୍ଧାର ଅନାଦିଅନନ୍ତ l

ଆହେ ବିଶ୍ୱନାଥ   ରହୁ ଏ ଜଗତ

   ତୁମ ଟେକ ରହୁ ହେ ଯଶୋବନ୍ତ l

ଦିଅ ଶକତି     ହେ ଶିରି ପତି

   ଦୁଃଖୀ ଙ୍କୁ ସେବିବି ଅବିଶ୍ରାନ୍ତ l 


Rate this content
Log in