STORYMIRROR

Anjana Naik,Anju..Deogarh

Others

3  

Anjana Naik,Anju..Deogarh

Others

ଅବର୍ଣ୍ଣନୀୟ ପ୍ରିୟ ମୋର

ଅବର୍ଣ୍ଣନୀୟ ପ୍ରିୟ ମୋର

1 min
481

ଅବର୍ଣ୍ଣନୀୟ ପ୍ରିୟ ମୋର......

ତୁମେ ଉତ୍ସ ତୁମେ ପ୍ରାନ୍ତ 

ତୁମେ ପାଥେୟ ମୋ ଜୀବନର 

ତୁମେ ମନର ମୃଦୁ କୁହରଣ 

ତୁମେ ସ୍ବତପ୍ରବୃତ ଏକାକ୍ଷର।।

ତୁମେ କାଗଜ ତୁମେ ଶବ୍ଦ 

ତୁମେ ଆଧାର ମୋ କଲମର 

ତୁମେ ପ୍ରେରଣା ଚୁମେ କଳ୍ପନା

ଛନ୍ଦ ମନଲୋଭା ମୋ ରଚନାର।।

ତୁମେ ସ୍ପର୍ଶ ତୁମେ ଅନୁଭବ 

ତୁମେ ବାକ୍ୟ ମୋ ଅନ୍ତରର 

ତୁମେ ମୋ ଓଠର ପ୍ରଗଳଭତା 

ତୁମେ ଉଚ୍ଚାରଣ ସିହରଣର ।।

ତୁମେ ଉଦୟ ତୁମେ ଅସ୍ତ 

ତୁମେ ଆଲୋକ ମୋ ନୟନର 

ତୁମେ ଗତି ମୁକ୍ତିର ପ୍ରସ୍ତାବ ଚିଠା 

ତୁମେ ଅନୁମୋଦିତ ସ୍ବପ୍ନମୋର ।।

ତୁମେ ସ୍ବପ୍ନ ତୁମେ ଦିଗବଳୟ

ତୁମେ ଲକ୍ଷସ୍ଥଳ ମୋ ଆଶାର 

ତୁମେ ଶାନ୍ତି ପ୍ରାପ୍ତିର ଅନୁଭବ 

ତୁମେ ପରମାନନ୍ଦ ମୋ ମନର ।।

ତୁମେ ଦୀନ ତୁମେ ଦାତା

ତୁମେ ବିନ୍ଧାଣି ଏ ସଂସାର ର

ତୁମେ ପୂଜା ତୁମେ ଭକ୍ତି

ତୁମେ ମହକ ପବିତ୍ରତାର ।।

ତୁମେ ପ୍ରାରମ୍ଭ ତୁମେ ପୂର୍ଣତା

ତୁମେ ବିବିଧତା ସୁପ୍ତ ହୃଦୟର

ତୁମେ ବିବର୍ତ୍ତିତ ସମୟ ଚକ୍ର

ତୁମେ ଇନ୍ଦ୍ରଧନୁ ସପ୍ତ ରଙ୍ଗର ।।

ତୁମେ ଅଚଳ ତୁମେ ତରଙ୍ଗ 

ତୁମେ ବଂଶୀ ସ୍ବନ ମୋ ଜୀବନର

ତୁମେ ମୋ ଛାତିର ସ୍ପନ୍ଦନ ଧ୍ୱନି 

ତୁମେ ସତ୍ୟ ଶିବ ସୁନ୍ଦର ।।

ତୁମେ ପ୍ରାଣ ତୁମେ ଖୋରାକ

ତୁମେ ଶକ୍ତି ମୋର ବୟସର 

ତୁମେ ସତ୍ୟ ନିତ୍ୟ ଚିରନ୍ତନ 

ତୁମେ ରୁଧିର ଏଇ ଶରୀରର ।।

ତୁମେ ମେଘ ତୁମେ ଝାଞ୍ଜି 

ତୁମେ ମୋ ଜୀବନ ଆକାଶର

ତୁମେ ବଉଦ କଳା ବାଦଲ

ତୁମେ ଘଡ଼ଘଡ଼ି ତାଣ୍ଡବର।।


ତୁମେ କୂଳ ତୁମେ ଥଳ

ତୁମେ ରାହା ଯାଯାବରର 

ତୁମେ ଢେଉ ତୁମେ ବାଲିପଠା 

ତୁମେ ଜଳରାଶି ଊର୍ମିମାଳାର ।।


ତୁମେ ପ୍ରେମ ତୁମେ ବିରହ

ତୁମେ ସାକ୍ଷୀ ମିଳନ ରାତିର 

ତୁମେ ଶୂନ୍ୟ ତୁମେ ବ୍ୟାପକ 

ତୁମେ ଅଗାଧ ଭକ୍ତିର ଆସର ।।


ତୁମେ ଦୃଶ୍ୟ ତୁମେ ଲୁପ୍ତ 

ତୁମେ ଚଞ୍ଚଳତା ମୋ ମନର 

ତୁମେ ଯୁଗେ ଯୁଗେ କାନ୍ତ ସରଳ 

ତୁମେ ଅବର୍ଣ୍ଣନୀୟ ପ୍ରିୟ ମୋର ।।



Rate this content
Log in