STORYMIRROR

Prashantam Bapu

Others

4  

Prashantam Bapu

Others

ଅଭ୍ୟାସ

ଅଭ୍ୟାସ

1 min
52


କ'ଣ ସେ ଚାହେଁ , 

ପସନ୍ଦ କରେ ଆଉ ଭଲ ପାଏ ?


ଲେଖିବାକୁ ସେ ଭଲ ପାଏନି , 

ଏଇମିତି ଲେଖେ

ଅଭ୍ୟାସଟା ଭଲ ଲାଗେ ,

ଲେଖାଟି ଯେମିତିକା ବି ହେଉ ।


ସବୁ ରାତିରେ ମଦୁଆ ସ୍ୱାମୀ ଠାରୁ 

ମାଡ଼ଖାଇ ହତଭାଗିନୀ ସ୍ତ୍ରୀଟି କାନ୍ଦିବା ,

ପ୍ରତି ରବିବାର ସୁଟ୍ କୋଟ୍ ପିନ୍ଧି ଚର୍ଚକୁ ଯିବା ।


ସୋମବାର ଉପବାସ କରିବା ,

ସକାଳୁ ଉଠି ଗାଧୋଇ ପାଧୋଇ 

ଚିତା ଚଇତନ କାଟି ଗୀତା ପଢ଼ିବା , 

ସବୁଦିନ ପାଞ୍ଚଓଳି ନମାଜ ଅଦା କରିବା ।


ପାର୍କରେ ରୋର୍ବଟ ଭଳି ଛଅ ଘେରା ବୁଲିବା 

ପୁଣି ପ୍ରତି ସନ୍ଧ୍ୟାରେ ସେହି ଗୋଟିଏ 

ଚା ଦୋକାନରେ ସେହି କିଛି ପୁରୁଣା ,

ଚିହ୍ନା ଜଣା ଲୋକଙ୍କ ମେଳରେ 

ଖଟ୍ଟି ମାରିବା ।


ଏଇମିତି ସଭିଏଁ ଅଭ୍ୟାସ ଭିତରେ ବନ୍ଧା 

ଏହି ଅଭ୍ୟାସ ହିଁ ଭଲ ଲାଗେ ଆଉ

ଏଥିରୁ ବ୍ୟତିକ୍ରମ ଘଟିଲେ ମଣିଷ ସମାଜ 

ତା'ର ସଭ୍ୟତା ଯେମିତି ଦୋହଲି ଯାଏ ।


ଦୁର୍ଘଟଣା , ବିପଦ , ଆତଙ୍କ , ରକ୍ତ , 

କୁଆପଥର , ବିଜୁଳି ମାଡ଼ , ମୁଣ୍ଡଫଟା ଖରା , ହାଡ଼ଭଙ୍ଗା ଶୀତ , ନିଧୂମ୍ ବର୍ଷା , ଝଡ ତୋଫାନ , ଭୂମିକମ୍ପ , ମହାବାତ୍ୟା ଆଉ ମହାମାରୀ 

ଏସବୁକୁ କିଏ ଭଲ ପାଏ ?


Rate this content
Log in