Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Others

3  

Durjyodhan Barik

Others

ଅଭୁଲା ସ୍ଥାନ

ଅଭୁଲା ସ୍ଥାନ

1 min
189



ଯାଇଥିଲି ଦିନେ ପରିବାର ସଙ୍ଗେ

ଦେବୀ ଦରଶନ ପାଇଁ ,

ସାଥେ ଥିଲେ କେତେ  ଅନ୍ୟ ପରିବାର

ସମସ୍ତେ ମିଳିତ ହୋଇ ।

ଲୌହ ମାନବ ରେ ଯାମ୍ମୁ ରେ ପହଞ୍ଚି

ବସ୍ ରେ କଟ୍ରାକୁ ଗଲୁ,

କଟ୍ରା ଠାରୁ ଆଉ  ଆଗକୁ ଯିବାକୁ

ପରିବହନ ନପାଇଲୁ ।

କଟ୍ରାରୁ ଦେବୀଙ୍କ ପୀଠ ପରିଯନ୍ତ

ମସୃଣ ପାହାଡି ପଥ,

ସେ ପଥରେ ଆମେ ଅଗ୍ରସର ହେଲେ

ହୋଇ ବଡ଼ ହନ୍ତସନ୍ତ ।

ଆମ ପୁଅ ଟି ତ   ହୋଇ ଥିଲା ଛୋଟ

ନେବାକୁ ପିଠୁ ଟେ କଲୁ ,

ଏମନ୍ତ ପ୍ରକାରେ  ଆମେ ସବୁ ମିଶି

ଦେବୀ ପୀଠେ ପହଞ୍ଚିଲୁ ।

ସେହି ରାସ୍ତା ଆଉ    ସେଇ ଦେବୀ ପୀଠ

ମୋ ପାଇଁ ଅଭୁଲା ସ୍ଥାନ ।

ସେହି ସ୍ଥାନ ଟିକୁ ଦେଖି ଯିବା ପାଇଁ

ବାରମ୍ବାର ହୁଏ ମନ ।



Rate this content
Log in