STORYMIRROR

Pranati Mahapatra

Others

3  

Pranati Mahapatra

Others

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
12.5K




ସ୍ମୃତି ତ କେବେ କେମିତି ଆସିବ

ଦେଇ ତ ନ ଥାଏ ସୂଚନା,

ଆସିବାର ଥିଲେ ଧସେଇ ପଶେ ଯେ

ଯେତେ କରୁଥିଲେ ମନା।

କେତେ ସ୍ମୃତି ଥିଲା ଅଲିଭା ଅଭୁଲା

ସବୁ ତ ଥିଲି ସାଇତି,

ସବୁଯାକ ମୋ ପାଇଁ କ୍ଷତାକ୍ତ,ଅସହ୍ୟ

ତଥାପି ମୋ ପାଇଁ ସ୍ମୃତି।

ସ୍ମୃତି ର ପାଖୁଡା ମେଲା କରିଥାନ୍ତି

କାଲି ଠୁ ଥିଲା ଆହ୍ୱାନ,

ଗୋଟେ ଝଟକାରେ ବିଦାରିଣ ଗଲା

ଆଉ ଏକ ସ୍ମୃତି ଚିହ୍ନ।

ଚନ୍ଦ୍ରମା ମଧ୍ୟରେ କଳଙ୍କ ସଦୃଶ

ଲାଗେ ଆଜି ଅପରାଧି,

ଏ ପରିବାରରେ ସୁଖ ବାଣ୍ଟିବାକୁ,ଗାଡ଼ି

ମାଡିଗଲା ଗୋଡ଼ ଅଧାଅଧି।

କିଏ ବା ସହିବ କେମିତି ସହିବ ଏମିତି ଦାରୁଣ କଷ୍ଟ,

ସଭିଙ୍କର ମୁଖୁ ହସକୁ ଛଡେଇ

ବିହି ଦେଲା ଏହି କଷ୍ଟ।

ଏମିତି କା ସ୍ମୃତି ସବୁଦିନ ପାଇଁ

ହୋଇ ରହିବ ଅଭୁଲା,

ସାନଭାଇର ଏ ଦୁଖ କଷ୍ଟକୁ

ହରି ହରି ନିଅ ଭଲା।

ଶୁଣିବା ପରଠୁ ବିଚଳିତ ପ୍ରାୟ ଲାଗଇ ଏଇ ପରାଣ,

ଖାଇବା ପିଇବା ଭୁଲି ବିଭୁ ପାଦେ

ମାଗେ ମୋ ଭାଇ ଜୀବନ।

ଅଲିଭା ଦୀପ ସେ ଭାଇ ତ ପ୍ରଦୀପ

ଉଜ୍ଜଳ ସମ ତା ଜ୍ୟୋତି,

ଅମଳିନ ନୁହେଁ ଚିର ଉଦ୍ ଭାଷିତ

ଉଦଭାଷିତ ଭାଷା ପ୍ରିତି।

ଆହେ ମହାବାହୁ ମୋର ପୂଣ୍ୟ ବଳେ

ଭାଇ ମୋ ହେଉ ବଳୀୟାନ,

ପୁଣି ହସିଉଠୁ ତା ଓଠରେ ହସ

ହସନ୍ତୁ ଏ ପରିଜନ।

ଏମିତି ସ୍ମୃତି ମୋ ସଦା ଜୀବନ୍ତ

ଆଉ ସବୁ ପଛ ହେଲା,

କାଳିଆ ସାଆନ୍ତ, ମା ମହାମାୟୀ

ଆଶୀଷ ଢାଳିଲେ ହେଲ।


ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍