ଅଭୁଲା ସ୍ମୃତି
ଅଭୁଲା ସ୍ମୃତି
ଅନ୍ଧାର ଯେତିକି ଆଲୁଅ ସେତିକି
ଜୀବନର ଚଲା ପଥେ
ଦୁଃଖ ଖୋଜି ଦିଏ ସୁଖ ରାସ୍ତାଟିଏ
ବନ୍ଧୁ ବାନ୍ଧି ଦେଇ ସାଥେ।
ପୂର୍ଣ୍ଣିମା ଜହ୍ନଟା ଖିଲି ଖିଲି ହସେ
ଜାଣେନା ଆସେ ଅନ୍ଧାର
ଲୁଚିଯାଏ ଯେବେ କଳା ବାଦଲରେ
ଦୁଃଖ ନ ଥାଏ ତାହାର।
ଜୀବନେ ଅନେକ ଭେଟ ହୋଇଥାନ୍ତି
ଈଶ୍ବରଙ୍କ ବରଦାନ
ହୃଦ ମଧ୍ୟେ ସ୍ଥାନ ତା ପାଇଁ ରଖନ୍ତି
ନିଜେ ପ୍ରଭୁ ଭଗବାନ।
ଅମୂଲ୍ୟ ସମ୍ପଦ ମୋ ହାତେ ସମର୍ପି
ବସିଛନ୍ତି ନୀରବରେ
ହୀରା ଲୀଳା ଠାରୁ ମୂଲ୍ୟବାନ ତାହା
ରଖି ପାରେନା ଯତ୍ନରେ।
ସ୍ନେହେ ପ୍ରେମେ ଅବା ବାନ୍ଧି ମୁଁ ପାରିବି
ପ୍ରଶ୍ନ ଆସଇ ମନରେ
ଯିଏ ଦେଇଛନ୍ତି ସେହିଁ ବୁଝିବେ
ସମର୍ପି ଲି ତାଙ୍କ ଠାରେ ଅଭୁଲା ସ୍ମୃତି।
