ଅଭୁଲା ସେ ମୁହୁର୍ତ୍ତ
ଅଭୁଲା ସେ ମୁହୁର୍ତ୍ତ
ସୁନ୍ଦର ସୁନ୍ଦର ଲାଗେ ଭାରି ସୁନ୍ଦର
ଆପଣଙ୍କର ମିଠା କଥା,
ସୁନ୍ଦର ସୁନ୍ଦର ଲାଗେ ଭାରି ସୁନ୍ଦର
ଆପଣଙ୍କର ସ୍ନେହ ମମତା ।
ଗୋଟିଏ ଡୋରରେ ବାନ୍ଧି ରଖନ୍ତି
ଅତୁଳ ସେ ଭଲପାଇବା,
ଆପଣଙ୍କ ବିନା ଶ୍ରେଣୀ ଲାଗେ ଶୂନ୍ୟ
ଲାଗେ ନାହିଁ କାଇଁ ଭଲ ।
ଆପଣ ଆମର ନୁହେଁ ଖାଲି ଶିକ୍ଷୟତ୍ରୀ
ଆମ ମାନଙ୍କର ଅଟ ମା,
ଆପଣ ହସିଲେ ଆମେ ବି ହସୁଛୁ
ହସି ଉଠେ ଆମ ଶ୍ରେଣୀଗୃହ ।
ଯେତେ ଦୂରେ ଥିଲେ ଲାଗେ ନାହିଁ ଦୂର
ଲାଗେ ଅଛ ଆମ ପାଖେ,
ଆପଣଙ୍କର ସେହ୍ନ ନୁହେଁ ସ୍ୱାର୍ଥପର
ଆପଣଙ୍କ ପରି କିଏ ହେବ ।
ସବୁବେଳେ ଆପଣ ଖୁସିରେ ରୁହନ୍ତୁ
ଆମକୁ ଲାଗିବ ଖୁସି,
ଆପଣଙ୍କ ଖୁସିରେ ଆମେବି ହସିବୁ
ଗାଇବୁ ଅନେକ ଗୀତି ।
