STORYMIRROR

Shibanand Banchhor

Others

3  

Shibanand Banchhor

Others

ଅଭୁଲା ସ୍ବପ୍ନ

ଅଭୁଲା ସ୍ବପ୍ନ

1 min
13.8K


ପ୍ରତ୍ୟକ୍ଷଦର୍ଶୀ ଥିଲି ତୁମ ବଧୂ ବେଶର

ସଜାଇ ହୋଇଥିଲ ନିଜ ରୂପ ଶୃଙ୍ଗାର କରି

ମଥାରେ ଓଢଣା ଦେଇଥିଲ ଆଉ

ନୟନ ପାର୍ଶ୍ଵେ ଦେଇଥିଲ ଗାଢ କଜ୍ଜଳ ବିନ୍ଦୁ

ଆଉ ସଜାଇ ହୋଇଥିଲ ନବବଧୂ ବେଶରେ ।।

ତୁମ ପାଉଁଜିର ରୋମାଞ୍ଚିତ ରୁଣୁଝୁଣୁ ଶବ୍ଦ

ତୁମ ହସ୍ତ ଚୁଡିର ଛଣଛଣ ଧ୍ଵନି

ଆଉ ତୁମ କୋମଳ ଅଙ୍ଗର ସୁବାସିତ ବାସ୍ନା

ମୋ ହୃଦୟରେ ସୃଷ୍ଟି କରୁଥିଲା ଅଦିନିଆ ଝଡ ।।

ହଠାତ ତୁମେ କବାଟ ଖୋଲି ପଶି ଆସିଲ କକ୍ଷକୁ

ମୁଁ ହତବାକ୍ ଥିଲି ତୁମର ଏ ମହନୀୟ ରୂପରେ

ମୋ ସମ୍ପୂର୍ଣ୍ଣ ହୃଦୟ ଓ ଶରୀରର ଆଉ ମୋ ଅଧିନରେ ନ ଥିଲା

ଆଉ ଚାରିଆଡେ ଖାଲି ତୁମେ ହିଁ ତୁମେ ।।

ବାହାରେ ଟୁପୁର ଟାପୁର ବର୍ଷାର ଶବ୍ଦ

ବର୍ଷାରେ ଭିଜା ମାଟିର ସୁଗନ୍ଧ

ଆଉ ବାହାରୁ ଆସୁଥିବା କାମୁକ ମଳୟ

ବାତାବରଣକୁ ଆହୁରି ରୋମାଣ୍ଟିକ କରୁଥିଲା ।।

ତୁମେ ଆସି ମୋ ପାଖରେ ଅବସ୍ଥାନ କଲ

ଆଉ ଠିକ୍ ଯେତେବେଳେ

ତୁମ ମଧୁରା ପ୍ରୀତିର ସ୍ପର୍ଶ ଦେବାକୁ ଯାଉଥିଲ

ହଠାତ ବାହାରୁ ଗୋଟେ ଶବ୍ଦ ହେଲା-ଉଠିପଡ଼ ଆଉ କେତେ ଶୋଇବୁ

ଆଉ ଧଡକରି ଉଠି ପଡିଲି ବିଛଣାରୁ

ହେଲେ ତୁମେ କାହିଁ

ନା ସେ ରୋମାଣ୍ଟିକ ପରିବେଶ ଅଛି ନା ତୁମେ

ଆଉ ବୁଝି ପାରିଥିଲି ସେଟା ଗୋଟେ ଅଭୁଲା ସ୍ଵପ୍ନ ବୋଲି ।।


Rate this content
Log in