STORYMIRROR

Trushna Das

Others

3  

Trushna Das

Others

ଅଭୁଲା ମୁହୂର୍ତ୍ତ

ଅଭୁଲା ମୁହୂର୍ତ୍ତ

1 min
208

ସେ ଯେ ମୋର ଅଭୁଲା ମୁହୂର୍ତ୍ତ 

   ଯେଉଁ ଦିନ ମୋର ବାହାରି ଥିଲା ଡିଗ୍ରୀର ଫଳାଫଳ

ହୋଇ ଥିଲି ମୁଁ ପ୍ରଥମ

   ଖବରକାଗଜରେ ବାହାରିଥିଲା ନାମ ମୋର।। 


ସେ ଯେ ମୋର ଅଭୁଲା ମୁହୂର୍ତ୍ତ 

  ସବ୍ କଲେକ୍ଟର କରିଥିଲେ ମୋତେ ପୁରସ୍କୃତ 

ମୋ ପାଇଁ ବାପା ମାଆଙ୍କ ବଢି ଥିଲା ସମ୍ମାନ 

  ତାଙ୍କ ଆଖିରୁ ବହି ଯାଇଥିଲା ଖୁସିର ଲୁହ।।


ସେ ଯେ ମୋର ଅଭୁଲା ମୁହୂର୍ତ୍ତ 

  ବାପ, ମାଆ, ଭାଇଭଉଣୀ, ସମ୍ପର୍କୀୟ

 ସାଙ୍ଗସାଥି, ସ୍କୁଲ, କଲେଜ

  ଶିକ୍ଷକଶିକ୍ଷୟିତ୍ରୀ, ଗୁରୁ, ଅଧ୍ୟାପକ ଅଧ୍ୟାପିକାଗଣ 

ସମସ୍ତେ କରୁଥିଲେ ମୋ ପାଇଁ ଗର୍ବ 

  ସେଦିନ ମୁଁ ପାଇଗଲି ମୋ ପରିଶ୍ରମର ଫଳାଫଳ।।


Rate this content
Log in