STORYMIRROR

Bhabani charan Mishra

Others

3  

Bhabani charan Mishra

Others

ଅଭିଶପ୍ତା

ଅଭିଶପ୍ତା

1 min
26K


ଅଭିଶପ୍ତା ଏକ ଅହଲ୍ୟା ହେଇ ମୁଁ

ଝୁରେ ରାମ ପଦ ଧୂଳି..।

ବନ୍ଦିନୀ ଜନକ ନନ୍ଦିନୀ ହେଇ ମୁଁ

ଅଶୋକ ବନେ ରହିଲି..॥

ଅଗ୍ନି ସମ୍ଭୁତା ମୁଁ ପାଞ୍ଜାଳୀ ଦାସୀ

ଦାବାନଳେ ଜଳିଗଲି..।

ଅନ୍ଧ କୁରୁସଭା କପଟ ପଶାରେ

ପରାଜିତ ବାଜି ହେଲି..॥

ହେ..କୃଷ୍ଣ କେଶବ ..

ହେ..ପ୍ରାଣ ବାନ୍ଧବ ..

ତୁମେ ଥାଉ ନାଶ ଗଲି..।

ତୁମ ପଦ ତଳ ମନ୍ଦାକିନୀ କାହିଁ

ଅପବିତ୍ରା ଲୁହ ହେଲି..॥

ଭଗିନୀ ଜନନୀ ଜାୟା ହୋଇ ସୁଦ୍ଧା

ମାଟି ଠାରୁ ହୀନ ହେଲି..।

ପାତକ ନାଶିନୀ ତଥାପି ପାପିନୀ

ନିନ୍ଦା ନର୍କେ ଜଳିଗଲି..॥

ପର ପାଇଁ ପ୍ରତି କ୍ଷଣ ଜଳି ଶେଷ

ପାଉଁଶ ମୁଠେ ମୁଁ ଖାଲି..।

କଳଙ୍କ କାଳୀରେ ସମୟ ଲେଖିଲା

ଅଭାଗିନୀ ନାରୀ ବୋଲି..॥

bhabani charan mishra

mohana (gajapati )


Rate this content
Log in