Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratap Chandra Mishra

Others

4  

Pratap Chandra Mishra

Others

ଅଭିଶପ୍ତ ଭୂତାଣୁ

ଅଭିଶପ୍ତ ଭୂତାଣୁ

1 min
231


ସନ୍ଦିହାନ ହୋଇ ଉତ୍ପତ୍ତି ହୋଇଛି 

ଉତ୍ପତ୍ତି ସ୍ଥଳ କାରଣ ଅସ୍ପଷ୍ଟ ।


ଆତଙ୍କ ଖେଳାଇ ଭୂତାଣୁ  ମାତିଛି

ବିଶ୍ଵ ସାରା ଘାଣ୍ଟି କରୁଛି ଅସ୍ତବ୍ୟସ୍ତ ।


ନିମିଷକରେ ପ୍ରାଣ ଶୋଷି ନିଏ

ଲୋହିତ ରକ୍ତ କଣିକା ତା ଆହାର ।


କଳି ଯୁଗରେ କୋକୁଆ ମାତିଛି

ସୃଷ୍ଟିରେ କରୁଛି ମାନବ ସଂହାର ।


ଧନୀ ଗରିବଙ୍କ ପ୍ରଭେଦ ବୁଝେନି

କଞ୍ଚା ପାଚିଲା ଭିନ୍ନ ନ ମଣେ ।


ଛୋଟ ବଡ଼ କାହା ଜୀବିକା ଦେଖେନି

ଚଳୁ କରେ ଜୀବନକୁ ପ୍ରତି କ୍ଷଣେ ।


ପୃଥିବୀର ଭାର ଭାରି କରୁ ଅଛି

ଭୟଙ୍କର ରୂପ ନେଇ ।


ଭୂପୃଷ୍ଠରେ ତାଣ୍ଡବ ଖେଳାଇ

ମାନବ ଙ୍କ ଅଗ୍ରଗତି ପ୍ରଶ୍ରୟ ନ ଦେଇ।


ବଞ୍ଚିବା ପାଇଁ ପବନ କିଣା 

କସରତ ବଢ଼ି ଯାଇଛି ।


ଧନୀ ପାଇଁ ସେ ସହଜ ହୁଏ

ଗରିବ ଜୀବନ ସମର୍ପି ଦେଉଛି ।


ଘରେ ଘରେ ସବୁ ବନ୍ଦୀ ଜୀବନ

ସଂଗରୋଧ ରେ ଆବଦ୍ଧ ।


ସ୍ୱଜନ କାହାକୁ ନିରାପଦ ନ ଭାବି

ଜଣେ ଆନ କୁ ସାମ୍ନା ରେ ଦେଖି ଦୁରେ ରହି କରନ୍ତି ବିରୋଧ ।


ସମ୍ପର୍କ ଭିତରେ ଗୁପ୍ତରେ ରହି

ପଶି ଆସେ ଭୂତାଣୁ 

ଅନାଥ କରଇ କୋମଳ ଶିଶୁ ଙ୍କୁ ଛଡାଇ ଆଶ୍ରୟ ରେଣୁ।


ଫେରି ଆସେ ଦାଦନ ବିଦେଶ ଭୂଇଁରୁ

ନିରାଶ ଜୀବିକା ହରାଇ ।


ଘର ବାହୁଡ଼ା ବି ସଫଳ ହୁଏନି

ଭୂତାଣୁ ବାଟରେ ଯଦି ନ ଗିଳଇ।


ହା ହୁତାଶନ ଜନ୍ତୁ ବୁଲା ପ୍ରାଣୀ

ଖାଦ୍ୟ ଖୋରାକ ନ ମିଳେ ।


ଗରିବ ପାଖେ ଧନ ନଥାଏ

ଭୋକ ଉପାସରେ ମରେ।


ବିଶ୍ଵ ବଜାରରେ ମାନ୍ଦା ଅବସ୍ଥା

ଅଧିର ଅସ୍ଥିର ଫେଲ୍ ସବୁ ଯୋଜନା ।


ରାଜ ନେତାଙ୍କ ଯେତେ ଆକଳନ

କଥା କାମରେ ବିଶ୍ୱାସ କେବେ ମିଳେନା ।


ମଶାଣି ଭୂଇଁରେ ଯୁଇ ଜଳୁ ଥାଏ

ଅହରହ ବିଶ୍ରାମ ବିହୀନ ।


ସ୍ୱଜନ ନଥାଇ ଶବ ଧାଡ଼ିରେ

ପ୍ରତୀକ୍ଷା ରତ କେବେ ହୋଇବ ଦହନ ।


ଅଦୃଶ୍ୟ ସୁନ୍ଦରୀ ମୋହ ଭାଙ୍ଗୁ ନାହିଁ

ମରୁ ନାହିଁ ଯେତେ ଔଷଧ ପ୍ରହାର କଲେ ।


ବଇଦ ବିଜ୍ଞାନୀ ନିଦ ହଜାଇଛି

ଜ୍ଞାନୀ ମୁନିଙ୍କୁ ଭୋକୁଆ କରି ତା ପଥେ ଆଗୁଆ ଚାଲେ ।


ଅତିଷ୍ଟ ହେଲାଣି ଧରତି ପ୍ରାଣ ଖାଲି ଛଟପଟ

କରୋନା ସୁନ୍ଦରୀ ରୂପ ବଦଳାଇ ମର୍ତ୍ତ୍ୟେ ପାଲଟିଛି ଅଭିଶପ୍ତ ।


Rate this content
Log in