ଅଭିସାରିକା ଗୋ
ଅଭିସାରିକା ଗୋ
1 min
377
ଭାରି ଭଲ ତମେ ନିତି ଆସୁଥିବ
ସକାଳ ସଂଜ ରାତିରେ
ଚହଟାଇ ଦେଇ ତମ ସଉରଭ
ମନ ଉପବନ କୁଞ୍ଜରେ
କ୍ଷଣକେ ଚମକି କ୍ଷଣେ ଅପସରି
ଯାଉଥିବ ମନ ଆକାଶେ
ରହିବନି ଜଡି ବଉଦ ଦେହରେ
ସାରାରାତି ଅବା ଦିବସେ
ଝୁରିହେବା ଭଲ ତମ ଅପାସୋରା ରୂପ
ହୃଦୟ ଅନ୍ଧାର ବେଳାରେ
ଭାରି ଭଲ ତମେ ନିତି ଆସୁଥିବ
ସକାଳ ସଂଜ ରାତିରେ
ଚୁପି ଚୁପି ମୋର କାନ ପାଖେ କହି
ବିରହ ମାଧୁରୀ ଗାଥା
ଆଢୁଅଳେ ରହି ନୁପୂର ନିକ୍ୱଣେ
ରଚିବ ନନ୍ଦନବନ ବ୍ୟଥା
ତୋଳି ଧରିବି ମୋ ହ୍ରୃଦୟ ଅଂଜଳି
ତମ ଅରବିନ୍ଦ ପାଦ ଦୁଇରେ
ଭାରି ଭଲ ତମେ ନିତି ଆସୁଥିବ
ସକାଳ ସଂଜ ରାତିରେ l
