STORYMIRROR

Rita Pattanaik

Others

3  

Rita Pattanaik

Others

ଅଭିପ୍ସା

ଅଭିପ୍ସା

1 min
242

  ପ୍ରେମାନୁଭବ !!!!

    ଏକ ଅନ୍ତହୀନ କୋମଳ ଅନୁଭବ !!!

   ତୁମେ ହିଁ ମୋକ୍ଷ ---ତୁମେ ପ୍ରତ୍ୟକ୍ଷ !!

   ତୁମେ ହିଁ ସତ୍ୟ ---ତୁମେ ହିଁ ନିତ୍ୟ !!

 ତୁମେ ଅଦ୍ଭୁତ ---- ତୁମେ ଅପ୍ରମିତ ,

 ତୁମେ ମହାର୍ଘ୍ୟ ସ୍ୱରୂପ ନୀଳ ଜୀମୂତ --

    ତୁମେ ସର୍ବବ୍ୟାପ୍ତ ----ତୁମେ ସମାହିତ,

   ବିଶ୍ୱାବସୁଙ୍କର ବିଶ୍ୱାସ ତୁମେ ଲଳିତାଙ୍କ ଲାଳିତ୍ୟ

 ଅସରନ୍ତି ଶ୍ରଦ୍ଧା, ଭକ୍ତି, ବିଶ୍ୱାସ ତୁମ ପାଇଁ ---

     ଧରି ରଖିଛି ଜୀବନର ଶେଷ ପର୍ଯ୍ୟନ୍ତ ---

 ଭଲପାଇବାର ଭାଷା ବୁଝି ନେବ ତୁମେ---

     ଆଜି ଯାଏ ଯାହା ଅଛି ଅବ୍ୟକ୍ତ ---

 ନିଃସର୍ତ୍ତ ସମର୍ପଣ କରିଦିଏ ନିଜକୁ ମୁଁ ---

      ଦେଖେନାହିଁ ନିବିଡ଼ତା ବା ଦୂରତା ,

  ମୋ ନିପାରିଲାପଣରେ,ଚିତ୍ର କଳ୍ପନାରେ---

  ଯେବେ ଲେଖିବସେ, ଶବ୍ଦ ପାଲଟେ ମୋ ଅସହାୟତା,

 ମୁଁ ଯେବେ ବୁଡ଼ିରହେ ,ମୋ ଘର କରଣାରେ ---

      ସମୟର ଦ୍ୱାହିଦେଇ ଅଣଦେଖା କରେ --

  ଠିକ୍ ସେତିକି ବେଳେ---

 ବିଜୁଳିଟିଏ ହୋଇ ଝଲସି ଉଠ,ମୋ ସାରା ସତ୍ତାରେ ,

 ଆଲୋକର ଛଟାଟିଏ ଖେଳିଯାଏ ମୋ ଚିନ୍ତା ,ଚେତନାରେ ---

    ତୁମେ ହିଁ ତ ମୋ ଶବ୍ଦର ଈଶ୍ୱର !!!

       ମୁଁ ନିସ୍ତବ୍ଧ ,ନିର୍ଲିପ୍ତ ଅନ୍ତର ।

  ତୁମ ପାଇଁ ଆତୁରତା ---

       ମୋ ଶବ୍ଦ ସମାହାରରେ --

  ଚେନାଏ ମଧୁରତା ---

      ମୋ ଭାବ କାୟାକଳ୍ପରେ ।



Rate this content
Log in