STORYMIRROR

Sanuja Meghamala

Others

3  

Sanuja Meghamala

Others

ଅଭିନୟ

ଅଭିନୟ

1 min
283


କେହି ରହି ନାହିଁ ରହିବେ ନାହିଁ ଟି

 ଭବରଙ୍ଗ ଭୂମି ତଳେ

ସର୍ବେ ନିଜ ନିଜ ଅଭିନୟ ଛାଡ଼ି

 ବାହୁଡିବେ କାଳ ବଳେ। 

ପାର୍ବତୀ -  କବିବର ରାଧାନାଥ ରାୟ#୩



ଖରା ଛାଇ ଖେଳ ଜୀବନ ଅଟଇ

କେବେ ରାତି କେବେ ଦିନ

ଅବେଳରେ କାଳ  ଅଟ୍ଟହାସ୍ୟ କରେ

 ଭାଙ୍ଗି ଦେଇ ସବୁ ସ୍ବପ୍ନ ।


ନିତି ନିତି ଏଠି ଅଭିନୟ ଚାଲେ

ଜୀବନ ନାଟକ ଟିଏ

ମିଛେ ରଙ୍ଗ ବୋଳି କଳାକାର ସାଜି

ସମୟ ଟା ସରିଯାଏ  ।


ଅହଙ୍କାର ମୁଖା ପିନ୍ଧି ଦେଲେ ଥରେ

ମନ ହୁଏ ବାଟବଣା

ବିଶ୍ୱାସ ଭରସା ସବୁ ତୁଟିଯାଏ

ସମ୍ପର୍କ ହୁଅଇ ଊଣା।


ପାଣି ଫୋଟକା ଠୁ ହୀନ ଏ ଜୀବନ

ମୋହ କିନ୍ତୁ ତୁଟେ ନାହିଁ

ପ୍ରାଣ ଯିବ ଚାଲି ପିଣ୍ଡ ଥିବ ପଡ଼ି

ମାଟିରେ ମିଶିବା ପାଇଁ।


ମୋର ମୋର ବୋଲି ଯେତେ ଅଭିନୟ 

ସବୁ ଅଧା ରହିଯିବ

କେହି ହେଲେ ଜଣେ ସାଥୀରେ ଯିବେନି

ଏକା ହିଁ ଯିବାକୁ ହେବ ।


ଏ ଭବ ସାଗରେ ହରି ନାମ ସାହା 

ମୁକତି ଲଭିବା ପାଇଁ।

ରାଗ ହିଂସା ଭୂଲି ହରି ରାମ ନାମ

ଭଜୁଥା ରେ ମନ ତୁହି।



 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍