ଅଭିନୟ
ଅଭିନୟ

1 min

102
ଜନ୍ମ ମୃତ୍ୟୁର ବ୍ୟବଧାନ ମଧ୍ୟରେ
ସ୍ବ କର୍ମ ପାଣ୍ଡୁଲିପି
ଭୌତିକ ସଂସାରେ ମିଛ ଅଭିନୟ
ସମସ୍ତଙ୍କୁ ତାହା ପ୍ରାପ୍ତି ।
ଜୀବନ୍ତ ନିଖୁଣ ଅଭିନୟ କରି
ରଙ୍ଗ ମଞ୍ଚେ କଳାକାର
ମନୋରଞ୍ଜନ ଦେଖାଇବା ତା ଧର୍ମ
ବୃତ୍ତିରେ ହସେ ସଂସାର ।
ଜୀବନ ସଙ୍ଗୀତ ସାତ ସୁରେ ବନ୍ଧା
ରୂପ ରସ ଛନ୍ଦ ମିଶି
କର୍ତ୍ତବ୍ୟ ଅଭିନୟେ ମାଧୁର୍ଯ୍ୟ ଥିଲେ
ସଂସାର ଭରିବ ଖୁସି ।
ଭିକାରୀ ଭିକାରୁଣୀ ଗରୀବ ଧନୀ
ଅଭିନୟ ଭିନ୍ନ ଭିନ୍ନ
ପେଟ ପାଇଁ ନାଟ ବଞ୍ଚିବାର ରାହା
ଏଇ ସଭିଙ୍କ ଜୀବନ ।
ମାୟାର ପାଚେରୀ ନିର୍ମାଣ ହୋଇଛି
ତ୍ରିଗୁଣରେ ବନ୍ଧା ମଞ୍ଚ
ଅଭିନୟ ସାରି ବାହୁଡିବେ ସର୍ବେ
ସାଥିରେ ପାପର ଘଞ୍ଚ ।