STORYMIRROR

NIBEDITA MOHAPATRA

Others

3  

NIBEDITA MOHAPATRA

Others

ଅଭିନୟ

ଅଭିନୟ

1 min
405


ଏକ ରୂପେ ଜନ୍ମ ଦେଇ ବିହି କରାଏ କେତେ ଅଭିନୟ

ସଭିଙ୍କ ସୁଦକ୍ଷ ନିର୍ଦ୍ଦେଶକ ସାଜିଛି ଏଠି ତ ସମୟ।

ସମ୍ପର୍କର ଅନେକ ନାମରେ ଭିନ୍ନ ଭିନ୍ନ ପରିଭାଷାରେ

ଲୁଚି ରହିଥାଏ ଆତ୍ମୀୟତା ସୂକ୍ଷ୍ମ ଏ ହୃଦୟ କନ୍ଦରେ।

ସଂସାରର ଏଇ ରଙ୍ଗମଞ୍ଚେ ଆମେ ସଭିଏଁ ଅଭିନେତା

କେତେ ରୂପେ ଅଭିନୟ କରିଦେଖାଉ ନିଜ ଚତୁରତା।

କେବେ ପିତା ସାଜି କରିଥାଉ ପରିବାର ପ୍ରତିପୋଷଣ

କେବେ ପୁଣି ମାତା ସାଜି କରୁ ସବୁରି ସେବା ଓ ଯତନ।

ହାତେ ବାନ୍ଧି ରେଶମୀ ରାକ୍ଷୀକୁ କରୁ ଭ‌ଉଣୀର ସୁରକ୍ଷା

କେବେ ଭ‌ଉଣୀ ସାଜି କରୁଛୁ ଭାଇଙ୍କର ସମ୍ମାନ ରକ୍ଷା।

ବିପଦେ ଆପଦେ ବନ୍ଧୁ ହୋଇ ରଖିଥାଏ ବନ୍ଧୁର ମାନ

ଦୁହିତା ସାଜି କର‌ଇ କିଏ ଦୁଇ କୁଳ ହିତ ସାଧନ।

କେବେ ଛଳନାର ମୁଖା ବାନ୍ଧି କରୁ ଅନ୍ୟକୁ ପ୍ରତାରଣା

କେବେ କାହାର ପ୍ରରୋଚନାରେହୋଇଯାଉ ତ ବାଟବଣା।

ଭକ୍ତ ସାଜି ଭଗବାନଙ୍କର କରିଥାଉ ପଦ ବନ୍ଦନା

ପୁଣି କେବେ ନାସ୍ତିକ ହୋଇଭୁଲିଯାଉ ତାଙ୍କ ଅର୍ଚ୍ଚନା।

ବିଚିତ୍ର ଏ ବିଧିର ବିଧାନ କାହା ପାଇଁ ଫୁଲର ଶଯ୍ୟା

ଆଉ କାହା ନିମନ୍ତେ ହୋଇଛି କଣ୍ଟାର ବିଛଣା ଯେ ସଜା।

ବିଭୁ ନିର୍ଦ୍ଦେଶିତ କର୍ମପଥେ ରହନ୍ତି ସର୍ବେ ହୋଇ ମତ୍ତ

କର୍ମ ସରିଗଲେ ବାହୁଡନ୍ତି ଏ କଥା ଅଟ‌ଇ ଯେ ସତ।



Rate this content
Log in