STORYMIRROR

Samar Ballav Bhoi

Others

3  

Samar Ballav Bhoi

Others

ଅଭିନେତ୍ରୀର ଅଭିନୟ

ଅଭିନେତ୍ରୀର ଅଭିନୟ

1 min
390

ପ୍ରଥମ ପୃଷ୍ଠାରେ ଲେଖିଥିଲି 

ତୁମ ବିନା ଜୀବନ

ନୁହେଁ ମୋର ଜୀବନ

ତୁମେ ତ ସାଗର ପରି ମହାନ

ବିସ୍ତୃତ ତୁମର ହୃଦୟ

ଠିକ୍ ସାଗରର ଦେହ ପରି

ମନେ ହେଉଥିଲା ତୁମ ସେହି 

ବିସ୍ତୃତ ହୃଦୟ ସାଗର ମଧ୍ୟରେ

ଥରେ ନଦୀ ହୋଇ ମିଶିବାକୁ...... !

ତୁମେ ତ ସାଗର କେବେହେଲେ 

ବୁଝିନାହଁ ଏ ନଦୀ ଦୁଃଖର ଖବର  

ବାଧ୍ୟ ହୋଇଥିଲି ମିଶିବାକୁ ତୁମ ସାଥେ

ଆଶାର ପଥରେ କେତେ ବାଧା 

ବନ୍ଧନକୁ ଅତିକ୍ରମ କରି.....

ମିଳନର ଠିକ୍ ଅନତି ଦୁରରେ ତୁମେ ଥିଲ

ମୋ ସାଥେ ମିଶିବାକୁ

କିନ୍ତୁ ସୃଷ୍ଟି ହେଲା ଏକ ତ୍ରିକୋଣ ଭୂମି 

ଠିକ୍ ମିଶିବାର କିଛି ମୁହୂର୍ତ୍ତ ପୂର୍ବରୁ

ମିଳନର ବିଚ୍ଛେଦରେ .. ‌

ତୁମେ ସୃଷ୍ଟି କଲ ଦ୍ୱିତୀୟ ପୃଷ୍ଠାର କାହାଣୀ

ମୋ ପାଇଁ ହେଲା ତାହା

ନାଟକର ପ୍ରଥମ ଅଙ୍କ

ଦ୍ୱିତୀୟ ଦୃଶ୍ୟରେ ତୁମେ ମୋର

ବୁହାଇଲ ଜୀବନର ଅଶ୍ରୁଧାର 

ମୋ ବିଷର୍ଣ୍ଣ ପୁଲକିତ ନୟନରେ

ତଥାପି ଚାହୁଁ ଥିଲା ଏହି ଅଶ୍ରୁଧାର

ମିଶିବା ପାଇଁ ତୁମ ସେହି ବିସ୍ତିର୍ଣ୍ଣ 

ହୃଦୟ ସାଗରେ.....

ଅଦିନ ବାତ୍ୟାରେ ଭାଙ୍ଗିଗଲା 

ମୋର ଭାବନାର ରଙ୍ଗମଞ୍ଚ

ଅଶ୍ରୁଭିଜା ନୟନରେ ଫେରିଲି ମୁଁ

ସେ ଅଭିନୟେ

ଏହା ଥିଲା ମୋ ପାଇଁ ଅଭିନେତ୍ରୀର 

ଅଭିନୟ...... !!  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍