Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Others Children

4  

Chittaranjan Nanda

Others Children

ଅଭିମନ୍ୟୁସାମନ୍ତସିଂହାର

ଅଭିମନ୍ୟୁସାମନ୍ତସିଂହାର

1 min
248



ଥିଲେ ବିଦଗ୍ଧ କବି, କାବ୍ୟସ୍ରଷ୍ଟା, ଅଭିମନ୍ୟୁ 

ସାମନ୍ତସିଂହାର 

ଉଜ୍ଜ୍ୱଳ ତାରକା ଉତ୍କଳୀୟ ରୀତିଯୁଗୀୟ 

ସାହିତ୍ୟ ଜଗତର |୧|


ଅସାଧାରଣ, ମାର୍ତ୍ତଣ୍ଡ ତୁଲ୍ୟ ସେହି ଥିଲେ

ଅଷ୍ଟାଦଶ ଶତାବ୍ଦୀରେ

ଅନ୍ୟତମ ଉଜ୍ଜ୍ୱଳ ତାରକା କାବ୍ୟ ସ୍ରଷ୍ଟା 

ଉତ୍କଳୀୟ କାବ୍ୟାକାଶରେ |୨|


ତାଙ୍କ କାବ୍ୟିକ ସୃଜନଶୀଳତାରେ ଓ 

ବର୍ଣ୍ଣିଳ ଶୈଳୀରେ

ସୃଷ୍ଟିକଲା ଏକ ସୁଗନ୍ଧିତ ମଳୟର ମୁଦୁ

ମନ୍ଦ ହିଲ୍ଲୋଳରେ  |୩|


ଆଶ୍ଚର୍ଯ୍ୟ ଥିଲା ତାଙ୍କର ଆବେଗସ୍ନାତ 

ଭାଷା, ଗମ୍ଭୀର ଭାବନା, 

ସୃଷ୍ଟି କଲା ଆଳଙ୍କାରିକ ଛଟା ଓ ଏକ 

ମନୋଜ୍ଞ ଭରି ଚେତନା |୪|


ନାୟକ ଶ୍ରୀକୃଷ୍ଣ, ନାୟିକା ଶ୍ରୀରାଧା, ଓ 

ବୃନ୍ଦାବନ ଲୀଳା ବିଷୟ

ହୋଇଛି ରସ ଶୃଙ୍ଗାର, ଉଜ୍ଜ୍ୱଳ, ମଧୁର 

ରାଧା କୃଷ୍ଣ ମାଧୁର୍ଯ୍ୟମୟ |୫|


ଅଦ୍ଭୁତ ଶକ୍ତିଶାଳୀ ଥିଲା ଅଭିମନ୍ୟୁଙ୍କ 

ବିପ୍ରଳମ୍ଭ ଶୃଙ୍ଗାରର ବର୍ଣ୍ଣନାରେ 

ବାହ୍ୟ ପ୍ରକୃତି ଓ ଚିତ୍‌ ପ୍ରକୃତିର ସୂକ୍ଷ୍ମ ବିଷୟ

ମାନ ବର୍ଣ୍ଣିଛନ୍ତି ସୁନ୍ଦର ଓ ସୁଲଳିତ ଭାବରେ |୬|



Rate this content
Log in