ଅଭିମାନିନୀ ମହାଲକ୍ଷ୍ମୀ
ଅଭିମାନିନୀ ମହାଲକ୍ଷ୍ମୀ
ଆଷାଢ୍ ମାସର୍ ଉଜଲ୍ ପଖ୍
ଦୁତିଆ ତିଥି ଆଏଲେ
ମାଉସୀ ଘର୍ କେ ଯିବାର୍ କାଯେ
ବାହାରିସ କଲେ କଲେ ।
ବୁଲିଯିବ ବୋଲି ଉଷତର୍ ମାଡେ
ଜର୍ ବି ଗଲା ତ ଭାଗି
ଭାଏ ,ବହନୀ କେ ଗଲ ଧରି କରି
ମୋତେ କାଏଁ ଗଲ ଛାଡି ।
ସୁନା ,ରୁପା ଆଏ ଅଲଙ୍କାର୍ ପିନ୍ଧି
ଯାଉଥିସ କେତେ ଝଁକି
ତୁମର୍ ଉପରେ କାର୍ ନଜର୍ ପଡବା
ବୋଲି ଯାଉଥିସି ଚକି ।
ତୁଲସୀ ,ମଲୀ,କଦମ୍ ଫୁଲେ
ଦିଶୁଥିସ ବଡା ଅଏନ୍
ସାରା ଜଗତର୍ ଭକତ୍ ମାନେ
ଦର୍ଶନ୍ କରି ଧଏନ୍ ।
ଭକତର୍ ଭାବେ ବନ୍ଧା ପଡିଛ
ଇ କଥା ଅଛେ ତ ଜାନି
ମୁଇଁ ଯାଇଥିଲେ କାଏଁ ହେଇଥିତା
ନାଇଁ ତ ପାରୁଛେ ବୁଝି ।
ଭକ୍ତ ର୍ ଗହଲି ଭିତରେ ଭାଏଲ୍
ରାଧା ଆସିଥିବେ ଭେଟି
ସେଥିର୍ ଲାଗି ମୋତେ ଛାଡିଗଲ
ଭାଲି ହେସି ଛାଟିପିଟି ।
ମୁଇଁ ପଛେ ଏନ୍ତା ଏକଲା ପଡିଥିସି
ତୁମେ ତ ଖୁସି ଥି ହସ
ଭାଏ ,ବହନୀ ସାଙ୍ଗେ ରଥଯାତ୍ରା ସାରି
ଶୁଭେ ଶୁଭେ ଫିରି ଆସ ।