STORYMIRROR

PUSPALATA SAHOO

Others

4  

PUSPALATA SAHOO

Others

ଅଭିମାନୀ ଲଷ୍ମୀ

ଅଭିମାନୀ ଲଷ୍ମୀ

1 min
28


ବଡ଼ ଅଭିମାନୀ ସିନ୍ଧୁର ନନ୍ଦିନୀ

ମନେ ରଖି ଅଭିମାନ ।।

କଳା ସାଆନ୍ତଙ୍କୁ କହୁଛନ୍ତି ମାତା

ଶୁଣ କାଳୀୟଗଞ୍ଜନ।।

ତୁମେ ମୋର ନାଥ କରିଲ ଅନାଥ

ମୋ ମନ ବୁଝିଲ ନାହିଁ।।

ଭକ୍ତ ପାଇଁ ମୋତେ ଛାଡ଼ିଗଲ ଚାଲି

ଆହେ ପ୍ରଭୁ ଭାବଗ୍ରାହୀ।।

ଭାଇ ଭଉଣୀଙ୍କୁ ସଂଗତରେ ନେଲ

ପଚାରିଲ ନାହିଁ ମୋତେ।।

ଭଲ ପାଇବାରେ କଳଙ୍କ ଲାଗିଲା

ଜଗତ ଜାଣିଲା ସତେ।।

ନଅ ଦିନ ପାଇଁ ନନ୍ଦିଘୋଷ ନେଇ

ଚାଲିଗଲ ପ୍ରଭୁ ତୁମେ।।

ଶାଗ ଭାତ ଖାଇ ବଞ୍ଚେ ଖାଲି ଯାହା

ଧରି ତୁମ ନାମ ତୁଣ୍ଡେ।।

ପାଞ୍ଚ ଦିନ ହେଲା ଏକାକିନୀ ରହି

ଥକି ପଡିଲିଣି ମୁହିଁ।।

କାହା ସାଥେ କୁହ ଭାଗ ବସେଇବି

ଷାଠିଏ ପଉଟି ନେଇ।।

ସେଥିପାଇଁ ଆଜ ଯିବି ତୁମ ପାଶ

କହିବି ଅନ୍ତର ବ୍ୟଥା।।

ସହିପାରେ ନାହିଁ ବିରହ ବେଦନା

ଟାହି ଟାପରା ର କଥା।।

ହେରା ଗୋହିରୀ ସାହି ଦୁଲୁକିବ ଆଜି

ଦେଖିବେ ତୋର ଭକତ।।

ନନ୍ଦିଘୋଷ ରଥ ଜଗି ବସିଥାଅ

ଆସିବେ ଜଗତ ମାତ।।

ହେରା ପଞ୍ଚମୀରେ ରଥ କାଠ ଭାଙ୍ଗି

ଚାଲିଯିବେ ମହାଲଷ୍ମୀ।।

ଭକତର ମୋହ ଭାଙ୍ଗିବ ତୁମର

ଜାଣିଥାଅ ଅନ୍ତର୍ଯ୍ୟାମୀ।।

ବଡ଼ ଦେଉଳକୁ ବାହୁଡ଼ି ଆସିବ

ନିମନ୍ତ୍ରଣ ରକ୍ଷା କରି।।

ପାଛୋଟି ନେବି ମୁଁ ସିଂହଦ୍ଵାର ଠାରେ

ଯିବି ତୁମ ହସ୍ତ ଧରି।।

ପାଟ ପିତାମ୍ବରୀ ଚନ୍ଦନ କସ୍ତୁରୀ

ସଜ କରିଦେବି ନେଇ।।

ଗଳାରେ କୌସ୍ତୁଭ ମାଳାକୁ ପିନ୍ଧାଇ

ତୁମ ପାଶେ ଥିବି ରହି।।

ଦେଖିବ ଜଗତ ହୋଇବ ଚକିତ

ଲୀଳା ମର୍ତ୍ତ୍ୟମଣ୍ଡଳରେ।।

ସମ୍ପର୍କର ଖିଅ ଛିଡେ ନାହିଁ ସତେ 

ରହିଥିଲେ ଯେତେ ଦୂରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍