STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଅଭିମାନୀ ଭକ୍ତ

ଅଭିମାନୀ ଭକ୍ତ

1 min
307


ନାନାଦି ନୈବେଦ୍ୟେ ପୂଜୁ ଥାଏ ଯେହୁ

ନଥାଏଟି ଭକ୍ତି ହୃଦେ,

ଲୋକ ଦେଖାଣୀଆ ଭକ୍ତି ଅଟେ ତାର

ଆତ୍ମାବଡିମାଟି ହୃଦେ,

 

ଧନରତ୍ନ ଦେଉ ପୂଜିଲେ କି ହେବ

ହୃଦୟରେ ଭକ୍ତି ନାହିଁ,

ଅହଙ୍କାରୀ ହୋଇ ପୂଜନ କରେଟି

ପ୍ରେମ ଶ୍ରଦ୍ଧା ଭକ୍ତି ନାହିଁ।୨।


ଦୁର୍ଯ୍ୟୋଧନ ପରି ଅହଙ୍କାରୀ ସେହୁ

ମନେ ଭାବୁ ଥାଏ ଶ୍ରେଷ୍ଠ,

କାମନାର ଯୁକ୍ତେ ପ୍ରଭୁ ଭକ୍ତି କରେ

କରେଟି ସ୍ୱାର୍ଥକୁ ଶ୍ରେଷ୍ଠ।୩।


ରାଜା କଂସ ପରି ଦୂରାଚରୀ ସେହୁ

ମନେ ଭାବେ ଶକ୍ତିଶାଳୀ,

ପାପ କର୍ମେ ସେହୁ ଜଡ଼ିତ ରୁହେଟି

କୁକର୍ମରେ ବଳଶାଳୀ।୪।


କହୁ ଥାଏ ଜନେ ଏତେ ଟଙ୍କା ଦେଲି

ପ୍ରଭୁଙ୍କ ପୂଜନ ପାଇଁ,

ଆବଶ୍ୟକ ହେଲେ ଆହୁରି ଦେବି ମୁଁ

ଚିନ୍ତା ନାହିଁ ତାହା ପାଇଁ।୫।


ଏହୁ ସବୁ କଥା କହୁ ଥାଏ ଜନେ

ନିଜର କାମନା ପାଇଁ,

ଲୋକଙ୍କୁ ଠକିବା କାର୍ଯ୍ୟଶୈଳୀ ତାର

ଧନ ଉପାର୍ଜନ ପାଇଁ।୬।


ମୁଖେ ରାମ ତାର କୃଷ୍ଣ ଜଗନ୍ନାଥ

ହୃଦେ ନଥାଏଟି ଭକ୍ତି,

ପାପ କର୍ମେ ଯେହୁ ଆଗରେ ସର୍ବଦା

ଅଭିମାନୀ ପରି ଭକ୍ତି।୭।


ଜନସେବା ନାହିଁ ଜୀବନ ଯାତ୍ରାରେ

ନାହିଁ ତାର ରାଷ୍ଟ୍ର ଭକ୍ତି,

ନାହିଁ ସତ୍ୟପଥ ଧର୍ମପଥ ନାହିଁ

ଅଭିମାନୀ ସେହୁ ବ୍ୟକ୍ତି।୮।


ଏପରିଟି ଭକ୍ତ ମୁକ୍ତି ନାହିଁ ତାର

ଇହଲୋକେ ପରଲୋକେ,

ବିଭିନ୍ନ ଯୋନିରେ ଭ୍ରମଣଟି ତାର

ଗମନଟି ନର୍କଲୋକେ।୯।


ନାନାଦି ନୈବେଦ୍ୟେ ପୂଜୁ ଥାଏ ସେହୁ

ନଥାଏଟି ଭକ୍ତି ହୃଦେ,

ଲୋକ ଦେଖାଣୀୟ ଭକ୍ତି ଅଟେ ତାର

ଆତ୍ମାବଡିମାଟି ହୃଦେ।୧୦।



Rate this content
Log in