STORYMIRROR

Alaka Dash

Others

4  

Alaka Dash

Others

ଅଭିମାନ

ଅଭିମାନ

1 min
231

    


ମର୍ମରେ ମର୍ମରେ ବାଜୁଛି 

ହତାଶାର ବୀଣା, 

ଅୟୁତ ଫଣାରେ ଦଂଶୁଛି ନିରାଶା, 

କବଳିତ କରିଛି ଦୈନ୍ୟ, 

ଶାରୀରିକ, ମାନସିକ, 

ଆର୍ଥିକ ଯନ୍ତ୍ରଣା ଜର୍ଜରିତ, 

ଭାବନା ଖିଅ ସବୁ 

ଅଡୁଆ ଗଣ୍ଠିରେ, 

ସଳଖ ଅଣ୍ଟାଟି ନଇଁ ଯାଉଛି 

ଅଦିନ କୁହୁଡିର 

କାଲୁଆ ବତାସରେ, 

ଅତଡ଼ା ଖସୁଛି 

ଧୈର୍ଯ୍ୟ ର ନଦୀ ବନ୍ଧରୁ, 

ପାଇବା ଆଗରୁ 

ଖସିଯିବାର ଅହେତୁକ ଭୟ 

ଗ୍ରାସିଛି ପ୍ରାଣର 

ପ୍ରତି କୋଠରୀ କୋଷକୁ, 

ହାତ ପାଆନ୍ତାରେ 

ତୋଳିବା ଫଳ 

ପୋକ ଲାଗିଯାଇ ଥିବା 

ସଂଶୟ ଆଚ୍ଛନ କରିଛି ମନକୁ, 

କ୍ଷୁଧା, ତୃଷ୍ଣାରେ ଛଟପଟ ପ୍ରାଣ, 

ଅଂହକାର ର ପାଚେରୀଟା 

ଭୁଷୁଡି ପଡିଛି, 

ମାଗିବାର ଇଚ୍ଛାଟା 

ପ୍ରବଳ ହେଲେବି, 

ମର୍ଯ୍ୟାଦାର ସଂକୋଚ 

ଟାଣୁଛି ହାତକୁ, 

ମାଗିବିନି କିଛି ଛାଡିଯିବା ପୂର୍ବରୁ 

ଏ ନିଃଶ୍ୱାସର ଖେଳ, 

ପାତିବିନି ଭିକ୍ଷାର ଥାଳ 

ଯଦି ସେ ବିଶ୍ୱନିୟନ୍ତା 

ବୁଝେନି ପ୍ରାଣର ବେଦନା !!

ଜାଣେନି ବୁଭୁକ୍ଷୁର ଆର୍ତ୍ତନାଦ?? 

କର୍ଣ୍ଣ ପଟହରେ ବାଜେନି 

ବେଦନାର ସ୍ୱର??? 

ପ୍ରାଣ ତାର ଆଲୋଡିତ ହୁଏନି !!!!

ଅଭିମାନ ଅଶ୍ରୁରେ 

ବିଧୌତ ହୁଏନି ତାର 

ଚରଣ ଯୁଗଳ !!!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍