ଅଭିମାନ ବୋଲି କିଛି
ଅଭିମାନ ବୋଲି କିଛି
ଜୀବନରେ ଅଛି କିଛି ଅଭିମାନ ବୋଲି
କିମ୍ପା କର ହତାଦର ନାହିଁ ଜ୍ଞାନ ବୋଲି?
କିମ୍ପା ନିଜ ସ୍ୱାର୍ଥ ପାଇଁ ନୀଚ କର୍ମ କର?
କିମ୍ପା ରାଷ୍ଟ୍ର ହିତେ ନାହିଁ ମନ ପ୍ରାଣ ତୋର?
କେଉଁ କାର୍ଯ୍ୟ ଭାଇ କରୁ ସତ୍ତାର ପାଇଁରେ
ନାମ ଜପ କରୁ ଥାଉ ଶତ୍ରୁଙ୍କ ପାଇଁରେ।
ଦିଶେ ନାହିଁ ରାଷ୍ଟ୍ରଭକ୍ତି ତହରି କାର୍ଯ୍ୟରେ
ଶତ୍ରୁ ନାମ ଭଜୁ ଥାଉ ଅତି ହିଁ ଆଦରେ।
ଅଭିମାନ ନାହିଁ କାର୍ଯ୍ୟେ ରାଷ୍ଟ୍ରହିତ ପାଇଁ
ଅଭିମାନ କରୁ ଅଛୁ ନିଜ ସ୍ୱାର୍ଥ ପାଇଁ।
ନାହିଁ ତୋର ପ୍ରଭୁ ଭକ୍ତି ଜୀବନ ଯାତ୍ରାରେ
ନିତ୍ୟେ ପାପ କର୍ମେ ରହୁ ହୋଇଣ ଆତୁରେ।
ଦୁର୍ଲ୍ଲଭ ଜୀବନ ତୋର ବୃଥା କରୁଅଛୁ
ପାପକର୍ମେ ପଡ଼ି ନିତ୍ୟେ ପାପ ଅର୍ଜୁଅଛୁ।
କିମ୍ପା କୃଷ୍ଣ ରାମ ନାମ ନାହିଁ ମୁଖରେ?
କିମ୍ପା ଜଗନ୍ନାଥ ଭକ୍ତି ନକରୁ ତୁହିରେ?
ରାଷ୍ଟ୍ର ହୀତ କାର୍ଯ୍ୟେ ତୋର ନୁହେଁ ହିଁ ଆଦର
ଜୟଚାନ୍ଦ ପରି କରୁ ବିରୋଧ ତାହାର।
ସତ୍ତାର ନିମନ୍ତେ ମିଶୁ ନିତ୍ୟେ ଶତ୍ରୁ ଦେଶ ସଙ୍ଗେ
ନିତ୍ୟେ ଦେଶର ବିରୋଧ କରୁ ତାଙ୍କ ସଙ୍ଗେ।
ନାହିଁ ମାତୃଭାଷା ପାଇଁ ଜୀବନେ ଆଦର
ବିଦେଶୀ ଭାଷାକୁ କରୁ ଅତି ହିଁ ଆଦର।
ମାଆ ଡାକକୁ ଛାଡି ଡାକୁ ମମି ମମି ବଲି
ବାପା ଡାକୁ ଅଛୁ ନିତ୍ୟେ ଡାଡି ଡାଡି ବୋଲି।
ମାତୃଭାଷା ଛାଡି ଏବେ ବିଦେଶୀ ଭାଷାରେ
ଶିକ୍ଷା ନେଉ ଅଛୁ ତୁହି ଅଂଗ୍ରେଜୀ ଭାଷାରେ।
ଅଭିମାନ ନାହିଁ ତରେ ନିଜ ଭାଷା ପାଇଁ
ନାହିଁକି ଗୌରବ ତରେ ମାତୃଭାଷା ପାଇଁ।
ହିନ୍ଦୁ ହିନ୍ଦୁତ୍ୱର ଜ୍ଞାନ ନାହିଁ ଏବେ ତରେ
ଆଲୋଚନା କରୁ ନିତ୍ୟେ ସତ୍ତା କାରଣରେ।
ଅଟେ ଭାରତ ସଂସ୍କୃତି ସଂସ୍କାର ସଂସ୍କୃତି
ଗୁଞ୍ଜେ ଜନକଲ୍ୟାଣର ହୀତେ ଦିବାରାତ୍ରୀ।
କୃଷ୍ଣ ରାମ ଜନ୍ମ ଏହୁ ପବିତ୍ର ଭୂମିରେ
ମୁନି ଋଷି ଭୂମି ଜନ୍ମ ଭାରତବର୍ଷରେ।
ସତ୍ତାର ନିମନ୍ତେ କରୁ ହୀନିମାନ ତାରେ
ଆଦର ନାହିଁ କି ତରେ ଜୀବନ ଯାତ୍ରାରେ।
ଅଭିମାନ ନାହିଁ ତିଳେ ନିଜ ରାଷ୍ଟ୍ର ପ୍ରତି
ସତ୍ତା ସ୍ୱାର୍ଥ ପାଇଁ କରୁ ଶତ୍ରୁ ସଙ୍ଗେ ପ୍ରିତି।
ଧୀକ୍କାର ଜୀବନ ତୋର ନର ଜନ୍ମ ନେଲୁ
ପ୍ରଭୁ କାର୍ଯ୍ୟ ଦିନେ ତୁହି ମନେ ନକରିଲୁ।
ନର ଜନ୍ମ ପାଇଁ ନିତ୍ୟେ ପାପକୁ ଅର୍ଜିଲୁ
ଦୁର୍ଲ୍ଲଭ ଜୀବନ ନିଜେ ବୃଥା କରି ଦେଲୁ।
ରାଷ୍ଟ୍ର ଅଭିମାନ ପରା ମନୁଷ୍ୟ କର୍ତ୍ତବ୍ୟ
ଅଟେ ଜନସେବା ପରା ଜୀବନେ କର୍ତ୍ତବ୍ୟ।
ଜଗନ୍ନାଥ ଭକ୍ତି ପରା ଜୀବନେ ଆଧାର
କୃଷ୍ଣ ରାମ ଭକ୍ତି ଅଟେ ହିନ୍ଦୁ ସଂସ୍କୃତିର।
