STORYMIRROR

pranati Mahapatra

Others

4  

pranati Mahapatra

Others

ଅଭିଳାଷ

ଅଭିଳାଷ

1 min
270


ପଚାରୁଥିଲ ଅନେକ କିଛି

ପାରୁ ନ ଥିଲି କହି,

କହିବାକୁ ଏବେ ଅନେକ ଅଛି

କାହାକୁ ପାରେନି କହି ।

ଆସନ୍ତନି ଥରେ ପାଖକୁ ମୋର

ଶୁଣିବାକୁ ମୋର ବ୍ୟଥା,

ମାଗିବିନି କିଛି ଦେବିନି ବି କିଛି

ଶୁଣେଇବି ମନ କଥା।

ଅସରା କାହାଣୀ ପସରା ମେଲେଇ

ନେବିନି ବଢେଇ ବେଳ,

ଚୁମ୍ବକରେ କହି ନେତ୍ରକୁ ପବିତ୍ର କରି 

ସାରିଦେବି ଖେଳ।

ସାଥି ନୋଟ୍ ବହି ଭିତରେ ସିନା ମୋ

ମନକଥା କହୁଥିଲି,

ଆଖି ଦେଖୁଥିଲା ତୁମକୁ ସେଦିନ

ମନେ ମନେ ପଢୁଥିଲି।

ନା ଆଜି ତୋତେ ଦେଖି ମୁଁ ପାରୁଛି

ନା କିଛି ପାରୁଛି କହି,

ଥରେ ଆସ କ୍ଷଣେ ଶୁଣିଯାଅ ଟିକେ

ଦେଖୁ ତୁମକୁ ଏ ନେତ୍ର ଦୁଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍