STORYMIRROR

Smruti Ranjan Tripathy

Others

3  

Smruti Ranjan Tripathy

Others

ଅଭିଲେଖାଗାର

ଅଭିଲେଖାଗାର

1 min
173


"ଅଭିଲେଖାଗାର"


ଏଇ କିଛି କ୍ଷଣ ହେବ ତ ଯାଇଛ ନୂଆ ପ୍ରତିଶୃତି ଦେଇ

ପୁଣି ଗଢ଼ାହେବ ସମ୍ମୋହନ, ପୁଣି ଜକେଇବ ନୂଆ ଆଶା'ର ଲୁହ

କାହା ନିସ୍ଵାର୍ଥ ଶ୍ରମ ଲହୁ ପୁଣି ହେବ ବନ୍ଦୀ ସେଇ ସମୟର ଚୌହଦୀରେ

କୋଉ ନିର୍ଭୟ ହସ୍ତରେ ସ୍ବୀକାରିବି ତୁମକୁ, ଅୟୁତ ଜନ୍ମର ପରମ୍ପରାକୁ

ଯୋଉଠି ମୁକୁଳା ହୃଦୟ ବି ଜଳବନ୍ଦୀ ତୁମ ସ୍ମୃତି ସହରରେ ....


କାହିଁ ଲେଉଟି ଆସନ୍ତାନି ପୁରୁଣା ବର୍ଷ , ଓଲଟି ଯାଅନ୍ତାନି କ୍ୟାଲେଣ୍ଡର ପୃଷ୍ଠା

ସ୍ଥିରୀକୃତ ହୋଇଯାଆନ୍ତା ଋତୁ ମାନଙ୍କର ଚପଳ ଆୟୁଷ

ମୁଁ ବି ପ୍ରସ୍ତୁତ ତୁମ ଲେଉଟାପଣର ନୀରବତାକୁ ଆଲିଙ୍ଗନ କରିବାକୁ

ଏଇ କିଛି କ୍ଷଣ ହେବ ତ ଯାଇଛ ନୂଆ ପ୍ରତିଶୃତି ଦେଇ

ନା ପୁଣି ଅପେକ୍ଷା'ର ଋତୁ ଭଳି ଆଦରି ନେବି, ଭିଜେଇଦେବି ମୁକ ପୃଷ୍ଠାକୁ ପୁଣି

ତୁମେ ଛାଡି଼ଯାଥିବା ଅସ୍ପଷ୍ଟ ଶବ୍ଦରେ , ନୂଆ ଋତୁ ନୂଆ ପୁଲକରେ

ଲେଉଟି ଆସୁନ! ଏଇ କିଛି କ୍ଷଣ ହେବ ତ ରଚିଛ ନୂଆ ଏକ ପରିଚୟ

ମୁ ସାଇତି ରଖିଥିବା ଅଭିଲେଖାଗାରରେ..........


Rate this content
Log in