STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଅଭାଗା ମଣିଷ

ଅଭାଗା ମଣିଷ

1 min
218


କର୍ମ ବିନୁ ତନୁ ଏକା ଭବକୁ ଦୁର୍ଭାର

ଅଭାଗା ମଣିଷ ମଧ୍ୟ ଅଟେ ସେ ପ୍ରକାର।


ଅଭାବ ମିଳେ ହିଁ ତାକୁ ବିନା କର୍ମ ବଳେ

ନ କରଇ କାର୍ଯ୍ୟ କିଛି ଏ ମହୀମଣ୍ଡଳେ।


ଅଭାଗା ନୁହେଁ ସେ ନର କର୍ମ କୋଢି ଅଟେ

ଅଭାବରେ ରହି ସଦା ଜୀବନକୁ କାଟେ।


ମନୁଷ୍ୟ ଜୀବନ ଅଟେ ନିତ୍ୟେ କର୍ମ ପାଇଁ

କର୍ମପଥେ ଅଗ୍ରସର ହୁଅ କାର୍ଯ୍ୟ ପାଇଁ।


ଅଭାଗା ମଣିଷ କେହୁ ନୁହନ୍ତି ସଂସାରେ,

ବିନା କର୍ମେ ହୁଏ ସେହୁ ଅଭାଗା ସଂସାରେ।


କର୍ମ ହିଁ ଜୀବନ ଅଟେ କର୍ମ ପଥ ତାର,

କର୍ମ କରୁ ଥାଏ ସେହୁ ହୋଇଣ ତତ୍ପର।


ବିଭୁଙ୍କ ବଚନ ଏହି କର୍ମ ହିଁ ଜୀବନ

କର୍ମ କଲେ ହୁଏ ପ୍ରାଣ ରତନ ସମାନ।


ଅଭାଗା ମଣିଷ ହୁଏ କର୍ମର ବିହୁନେ

କର୍ମ ନ କରୋଇ ସେହୁ ଦୁର୍ଲ୍ଲଭ ଜୀବନେ।


କର୍ମକୁ ଆଦରି ସେହୁ କାଳ କାଟୁ ଥାଏ

ଅଭାଗା ମଣିଷ କହି ଦିନ ସାରୁ ଥାଏ।


ଭାଗ୍ୟେ ଲେଖା ଅଛି ଯାହା ଅବଶ୍ୟ ହୋଇବ

ଧାତାର ଲେଖନ ଗାର କେବେ ନ କଟିବ।


କର୍ମ କରିବାରେ ଏହି ଦୁର୍ଲ୍ଲଭ ଜୀବନ

ଶ୍ରେଷ୍ଠ କରିଛନ୍ତି ଏହା ଶ୍ରୀ ମଧୁସୂଦନ।


ଅଭାଗାର ଶବ୍ଦ ନାହିଁ ପ୍ରଭୁ ଶବ୍ଦକୋଷେ

ଅଭାଗା ହୁଅନ୍ତି ଜନେ ବିନା କର୍ମବସେ।


ନିଜ ବୋଲି କିଛି ନାହିଁ ଜୀବନ ଯାତ୍ରାରେ

କର୍ମ କରିବା ହିଁ ଧର୍ମ ଅଟଇ ସଂସାରେ।


ଅଭାଗାର ଶବ୍ଦକୋଷ ମନୁଷ୍ୟ ରଚନା

ଅଭାଗା ମଣିଷ କହି ନ ହୁଅଟି ହୀନା।


ପ୍ରଭୁ ପଦେ ନିତିଦିନି ଭକ୍ତି ରଖି ଥିବା

ଅଭାଗା ମଣିଷ କହି ବଞ୍ଚିତ ନ ହେବା।


କର୍ମ କରୁଥିଲେ ନିତ୍ୟକର୍ମୀକ ହୋଇଣ

ଅଭାଗା ମଣିଷ ଶବ୍ଦ ନ ଆସିବ ପୁଣ।


କର୍ମ ବିନୁ ତନୁ ଏକା ଭବକୁ ଦୁର୍ଭାର

ଅଭାଗା ମଣିଷ ମଧ୍ୟ ଅଟେ ସେ ପ୍ରକାର।




Rate this content
Log in