STORYMIRROR

Nityananda Behera

Others

3  

Nityananda Behera

Others

ଅଭାବୀ

ଅଭାବୀ

1 min
192

ହୋ.... ଅଭାବୀ ମଣିଷର ଅଭାବ ଯେତେ

ସାଗରେ ଶାମୁକା ସମ କି ସତେ।

ଭାଗ୍ୟରେ ଲେଖା ଯା ଦୁଃଖ ହିଁ ଦୁଃଖ

ସପନ ଯେମିତି ତା ପାଇଁ ସୁଖ।

ଖଟି ଖଟି ଯାଏ ଦିନ

ପାଖ ଛାଡେନି କଷଣ।

ହୋ.... ମରି ମରି ବଞ୍ଚିଥାଏ,

ସବୁ ଛାଡି କପାଳ ହାତେ....।।

ଦୁଃଖ ସହି ନିନ୍ଦେ କରମ

ମଣୁଥାଏ ଭାଗ୍ୟ ତା ବାମ...।

ବାଟ ଛାଡେ ନାହିଁ ଅଭାବ

ଲୁହ ପିଇ ସହେ ସରବ।

ସେନେହ ଶରଧା, ବାଣ୍ଟୁଥାଏ ସଦା।

ନ ରଖି ଗରବ ମନର ହତେ....।।

ଭାବ ଅଭାବ ର ଭେଦ

ବୁଝେନା ଗରିବ ହୃଦ....।

ଭାଗ୍ୟ ଦ୍ବାର ସିନା ରୁଦ୍ଧ

ଝୀଂଟିକା ସମ ନିରୀହ

ଝୁଣ୍ଟିଖାଉଥାଏ ନିତି ଶାଗୁଣା ଗୁଧ୍ର ।

ମଢ଼ର ମତେ.....।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍